Sat. Feb 21st, 2026

ନ୍ୟୁଜ ଡେକ୍ସ : ବିଦାୟୀ ବର୍ଷ ୨୦୨୫ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଏକ ଐତିହାସିକ ସଫଳତା ନେଇ ଆସିଛି। ଏହି ବର୍ଷ ମୋଟ ୪୦,୨୦,୫୩୯ ଜଣ ପରିଦର୍ଶକ ନନ୍ଦନକାନନ ପରିଦର୍ଶନ କରିଥିବା ବେଳେ, ଏହା ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ପରିଦର୍ଶକଙ୍କ ଆଗମନ ଭାବେ ରେକର୍ଡ ସୃଷ୍ଟି କରିଛି।ତଥ୍ୟ ଅନୁଯାୟୀ, ୨୦୨୫ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମୋଟ ୩୮ ଲକ୍ଷ ୪୩ ହଜାର ୨୮ ଜଣ ପର୍ଯ୍ୟଟକ ବୁଲିଥିବାବେଳେ, ବଟାନିକାଲ ଗାର୍ଡେନ ମଧ୍ୟ ପର୍ଯ୍ୟଟକଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା।

ବଟାନିକାଲ ଗାର୍ଡେନକୁ ୧ ଲକ୍ଷ ୭୭ ହଜାର ୫୧୧ ଜଣ ପର୍ଯ୍ୟଟକ ପରିଦର୍ଶନ କରିଥିବା ସୂଚନା ମିଳିଛି।ପର୍ଯ୍ୟଟକଙ୍କ ଭାରି ଆଗମନ ଫଳରେ ନନ୍ଦନକାନନ ୨୦୨୫ରେ ରେକର୍ଡ ୨୩.୨୩ କୋଟି ଟଙ୍କା ରାଜସ୍ୱ ଆଦାୟ କରିଛି। ଏହା ୨୦୨୪ ତୁଳନାରେ ୧.୦୬ କୋଟି ଟଙ୍କା ଅଧିକ।

ଗତ ୨୦୨୪ରେ ନନ୍ଦନକାନନକୁ ୩୭ ଲକ୍ଷ ୯୯ ହଜାର ୬୩୨ ଜଣ ପର୍ଯ୍ୟଟକ ବୁଲିଥିବାବେଳେ, ସେଥିରୁ ୨୨.୧୭ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା। ପର୍ଯ୍ୟଟନ ଓ ସଂରକ୍ଷଣ କ୍ଷେତ୍ରରେ ନନ୍ଦନକାନନର ଏହି ସଫଳତା ଆଗାମୀ ଦିନରେ ଆହୁରି ବୃଦ୍ଧିର ସଙ୍କେତ ଦେଉଛି ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *