Thu. Oct 23rd, 2025

ନ୍ୟୁଜ ଡେକ୍ସ: ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କୁ କରାଯାଇଛି ଅପମାନ । ଜଣେ ବିଦେଶିନୀଙ୍କ ଆଣ୍ଠୁ ଉପରେ ଜଗନ୍ନାଥ ଟାଟୁ ଆଙ୍କିଛନ୍ତି । ଏହି ଟାଟୁକୁ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟସପ୍‌ରେ ସେୟାର କରାଯାଇଥିଲା । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ତେବେ ସହିଦ ନଗର ଥାନାରେ ଟାଟୁ କରିଥିବା ବିଦେଶିନୀ ଏବଂ ଟାଟୁ ଆଙ୍କିଥିବା ରକି ଟାଟୁ ନାଁରେ ଏତଲା ଦେଇଛନ୍ତି ଜଗନ୍ନାଥପ୍ରେମୀ ।

ଖବର ଅନୁଯାୟୀ, ସହିଦନଗରରେ ଥିବା ରକି ଷ୍ଟୁଡିଓ ପକ୍ଷରୁ ଦିଆଯାଇଥିବା ଷ୍ଟାଟସ୍ରେ ଜଣେ ବିଦେଶିନୀଙ୍କ ଜଂଘରେ ଜଗନ୍ନାଥ ଟାଟୁ ଥିବାର ନଜର ଆସିଥିଲା । ଏହି ଟାଟୁକୁ ଇନ୍ଷ୍ଟାଗ୍ରାମ୍ ଓ ହ୍ୱାଟସପ୍ରେ ସେୟାର କରାଯାଇଥିଲା । ଯାହାକୁ ନେଇ ବିବାଦ ବଢିଥିଲା । ଏହା ହିନ୍ଦୁର ଧର୍ମୀୟ ଭାବନାକୁ କୁଠାରଘାତ କରୁଥିବା ଜଗନ୍ନାଥ ପ୍ରେମୀମାନେ ଅଭିଯୋଗ କରିଥିଲେ । ଟାଟୁ ଆର୍ଟିଷ୍ଟଙ୍କୁ ଗିରଫ କରିବାକୁ ସାମାଜିକ କର୍ମୀ ଦାବି କରିଛନ୍ତି ।ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ରକି ରଞ୍ଜନ ସାମ୍ନାକୁ ଆସି ସଫେଇ ଦେଇଛନ୍ତି । ଆଉ ଏଥିପାଇଁ ସମସ୍ତଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି ।

ଇଟାଲିର ଯୁବତୀ ଜଣଙ୍କ ଶନିବାର ଷ୍ଟୁଡିଓକୁ ଆସି ଜଂଘରେ ଟାଟୁ କରିବାକୁ ଅନୁରୋଧ କରିଥିଲେ । ଏହାପରେ ଜଣେ ଆର୍ଟିଷ୍ଟ୍ ତାହା କରିଦେଇଥିଲେ। ଉକ୍ତ ଟାଟୁ କରିଥିବା ଯୁବତୀଙ୍କୁ ସେ ଯୋଗାଯୋଗ କରିଛନ୍ତି । ବର୍ତ୍ତମାନ ଉକ୍ତ ଟାଟୁକୁ ଲିଭାଗଲେ ସଂକ୍ରମଣ ହୋଇଯିବାର ଆଶଙ୍କା ରହିଛି। ଯୁବତୀ ଜଣଙ୍କ ମାସେ ପରେ ଏଠାକୁ ଆସି ଟାଟୁକୁ ଲିଭାଇବେ କିମ୍ବା ତାହା ପରିବର୍ତ୍ତେ ସେହି ସ୍ଥାନରେ ଆଉ କିଛି ଆର୍ଟ କରିବେ ବୋଲି ରକି କହିଛନ୍ତି।

Leave a Reply

Your email address will not be published. Required fields are marked *