Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ (IDY) ପାଇଁ ଶୁଭ ଉଦଘାଟନର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୨୦୨୫ ମସିହାର ମହାନ ସମାରୋହର ଆନୁଷ୍ଠାନିକ ଆରମ୍ଭ ।୨୧ ଜୁନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଚଳିତବର୍ଷ ଐତିହାସିକ ଯୋଗ ସଙ୍ଗମ (ଗଣ ଯୋଗ ପ୍ରଦର୍ଶନ) ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ଚଳିତବର୍ଷର ଥିମ୍ ରହିଛି ‘ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ’।ସୁସ୍ଥ ଜୀବନ ପାଇଁ ଯୋଗର ଲାଭ ସମ୍ପର୍କରେ ପିଲାମାନେ ଜାଣିବା ଉଦ୍ଦେଶ୍ୟରେ ଏଥର ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏନେଇ ସବୁ ରାଜ୍ୟକୁ ନିର୍ଦେଶ ଦିଆଯିବା ପରେ ରାଜ୍ୟରେ ବିଦ୍ୟାଳୟସ୍ତରରେ ଯୋଗ ଦିବସ ପାଳନ ପାଇଁ ତତ୍ପରତା ପ୍ରକାଶ ପାଇଛି ।ବିଦ୍ୟାଳୟଗୁଡ଼ିକରେ ସକାଳ ସାଢ଼େ ୬ଟାରୁ ୭ଟା ୪୫ ମିନିଟ ପର୍ଯ୍ୟନ୍ତ ସ୍ବତନ୍ତ୍ର ଯୋଗ ଅଧିବେଶନ ଅନୁଷ୍ଠିତ ହେବ । ଏଥିରେ ଶିକ୍ଷାର୍ଥୀଙ୍କୁ ଯୋଗଦେବା ପାଇଁ ଉତ୍ସାହିତ କରାଯିବ ।

Leave a Reply

Your email address will not be published. Required fields are marked *