ନ୍ୟୁଜ ଡେକ୍ସ: ବିଦ୍ୟୁତ୍ ଖୁଣ୍ଟକୁ ପିଟି ଓଲଟିଲା ଓଏସଆରସିଟି ବସ୍। ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ମୁଚୁରିନାଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, OSRTC ଜଗନ୍ନାଥ ବସ୍ ୫୫ ଜଣ ଯାତ୍ରୀଙ୍କୁ ନେଇ ସୁନ୍ଦରଗଡରୁ ପୁରୀ ଯାଉଥିଲା । ରାସ୍ତାରେ ଯିବା ବେଳେ ହଠାତ ବସ୍ଟି ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଲହୁଣୀପଡା ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି ।
ଏହା ସହ ଆହତଙ୍କୁ ବଣାଇ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ଏବଂ ପରେ ରାଉରକେଲା ସ୍ଥାନାନ୍ତରିତ କରିଛି ପୋଲିସ । ପୋଲିସ ଘଟଣାସ୍ଥଳରେ ଅନ୍ୟ ଯାତ୍ରୀଙ୍କୁ ଅଲଗା ବସରେ ପଠାଇ ତଦନ୍ତ ଚଳାଇଛି । ଆହତ ଯାତ୍ରୀଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି। ବସ୍ରେ ୫୦ରୁ ଅଧିକ ଯାତ୍ରୀ ଥିଲେ ଏବଂ ପୁରୀ ଅଭିମୁଖେ ଆସୁଥିଲା ଏହି ବସ୍।
