Mon. Dec 23rd, 2024

ନ୍ୟୁଜ ଡେକ୍ସ: କଟକ ବାଲିଯାତ୍ରାରେ ବଡ ଅଘଟଣ। କରେଣ୍ଟ ଲାଗି ନାବାଳକ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ସାଙ୍ଗମାନଙ୍କ ସହ ବାଲିଯାତ୍ରା ବୁଲିବା ସମୟରେ ସଜା ହୋଇଥିବା ଲିଚୁ ଲାଇଟ୍ ଧରି ଦେବାରୁ ବିଦ୍ୟୁତ ଆଘାତରୁ ନାବାଳକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମୃତକ ନାବାଳକ ଜଗତସିଂହପୁରର ବିଶ୍ବପ୍ରକାଶ ମନ୍ଥନ ବୋଲି ଜାଣିବାକୁ ମିଳିଛି। ବିଶ୍ୱ ପ୍ରକାଶ ବାଲିଯାତ୍ରା ଦେଖିବାକୁ ଆସିଥିଲେ। ଏହି ସମୟରେ ବାଲିଯାତ୍ରା ପଡ଼ିଆ ଲାଗିଥିବା ଲିଚୁ ଲାଇଟ୍ ଧରି ପକାଇଥିଲେ। ଫଳରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ସାଙ୍ଗମାନଙ୍କ ସହ ବାଲିଯାତ୍ରା ବୁଲିବା ସମୟରେ ନାବାଳକ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବି ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ନାବାଳକକୁ ଏସ୍‌ସିବିରେ ଡାକ୍ତର ମୃତ ଘୋଷଣା କରିଛନ୍ତି। । ସେ କଟକ ତୁଳସୀପୁର ସରସ୍ବତୀ ଶିଶୁ ମନ୍ଦିରରେ +୨ ରେ ପାଠ ପଢୁଥିଲେ।

Leave a Reply

Your email address will not be published. Required fields are marked *