ନ୍ୟୁଜ ଡେକ୍ସ: ପୁଣି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଗଲା ଦନ୍ତା ଜୀବନ। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡରେ ଏକ ହାତୀର ମୃତ୍ୟୁ ହୋଇଛି। ଆଠଗଡ଼ ରେଞ୍ଜ କୁଲାଇଲୋ କ୍ରସର ପଡ଼ିଆରେ ହାତୀଟି ମରି ପଡିଥିବା ଦେଖିବାକୁ ମିଳିଛି। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀଟି ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି।
ସୂଚନା ମୁତାବକ, ହାତୀଟି କୁଲାଇଲୋ କ୍ରସର ପଡ଼ିଆକୁ ଆସିଥିଲା । ସେଠାରେ ଏଣେତେଣେ ବୁଲୁଥିବା ବେଳେ ହାତୀଟି ୩୩ କେଭି ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ହାତୀଟିର ମୃତ୍ୟୁ ହୋଇଥିଲା । ହାତୀଟିର ମୃତଦେହ ଦେଖି ସ୍ଥାନୀୟଲୋକେ ତୁରନ୍ତ ବନ ବିଭାଗର ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗର ଅଧିକାରୀ ପହଞ୍ଚି ମୃତଦେହ ଜବତ କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା, ଉକ୍ତ ସ୍ଥାନରେ ବିଦ୍ୟୁତ ତାର ମାତ୍ର ୧୦ ଫୁଟ ଉଚ୍ଚତାରେ ଯାଇଥିବା ଦେଖିବାକୁ ମିଳିଛି ।
ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ଏଭଳି ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖବରପାଇ ଆଠଗଡ଼ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛନ୍ତି।
