ନ୍ୟୁଜ ଡେକ୍ସ : ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନରେ ରାଜ୍ୟର ଅଙ୍ଗନବାଡି କେନ୍ଦ୍ରଗୁଡ଼ିକର ଅବସ୍ଥାକୁ ନେଇ ବିଧାୟକମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଉପମୁଖ୍ୟମନ୍ତ୍ରୀ ଗୃହରେ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ୨୦ ହଜାର ୧୫୦ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ ଗୃହ ନାହିଁ।
ଓଡ଼ିଶାରେ ମୋଟ ୭୪,୨୨୪ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ, ସେଥିମଧ୍ୟରୁ ୫୪,୦୭୪ଟି କେନ୍ଦ୍ରର ନିଜସ୍ଵ ଗୃହ ରହିଛି। ରାଜ୍ୟରେ ୨୦ ହଜାର ୧୫୦ ଅଙ୍ଗନଓ୍ବାଡି କେନ୍ଦ୍ରର ନାହିଁ ନିଜସ୍ଵ ଗୃହ । ରାଜ୍ୟରେ ମୋଟ୍ ଅଙ୍ଗନଓ୍ବାଡି ସଂଖ୍ୟା ୭୪ ହଜାର ୨୨୪ । ସେଥି ମଧ୍ୟରୁ ୫୪ ହଜାର ୭୪ଟି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ଵ ଗୃହ ଅଛି । ୧୦,୪୬୯ ଟି ଅଙ୍ଗନବାଡି କେନ୍ଦ୍ର କମ୍ୟୁନିଟି ସେଣ୍ଟରରେ ଚାଲିଛି । ୩୮୯୦ଟି ଅଙ୍ଗନବାଡି କେନ୍ଦ୍ର ଭଡ଼ା ଘରେ ଚାଲିଛି । ୪୫୭୪ଟି ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଘରେ ଚାଲିଛି । ୧୦, ୪୧୬ଟି ମିନି ଅଙ୍ଗନବାଡି କେନ୍ଦ୍ର ଅଙ୍ଗନବାଡି କେନ୍ଦ୍ରକୁ ରୂପାନ୍ତର ହୋଇଛି । ଏବେ ୭୩୮୯ଟି ଅଙ୍ଗନବାଡ଼ିର ଗୃହନିର୍ମାଣ ଚାଲିଛି।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ସକ୍ଷମ ଅଙ୍ଗନବାଡ଼ିଗୁଡ଼ିକରେ ଏଲଇଡି, ଆର ଓ ମେସିନ୍ ବିଦ୍ୟୁତ୍ ବ୍ୟବସ୍ଥା କରାଯାଉଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ସମସ୍ତ କାର୍ଯ୍ୟ ସଂପାଦିତ ହେଉଛି।ତେବେ ସବୁ ଅଙ୍ଗନୱାଡି ପାଇଁ ନିଜସ୍ଵ ଗୃହ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । କହିଛନ୍ତି ଯେଉଁଠି ସ୍ଥାନ ମିଳିବ ନାହିଁ ପଞ୍ଚାୟତିରାଜ ବିଭାଗ ସହଯୋଗରେ ଜାଗା କିଣି ନିର୍ମାଣ ହେବ । ଚଳିତ ଅତିରିକ୍ତ ବଜେଟରେ ୧୦.୯୦୦ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ବ୍ୟୟବରାଦ ହୋଇଛି ।

