ନ୍ୟୁଜ ଡେକ୍ସ: ବିଧାନସଭାରେ ପୂର୍ବତନ ମନ୍ତ୍ରୀ ତଥା ୪ ଥରର ବିଧାୟକ ଅନନ୍ତ ଦାସଙ୍କ ମରଶରୀର । ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ଶେଷ ଦର୍ଶନ କରିଛନ୍ତି ବିଭିନ୍ନ ବର୍ଗର ଲୋକ । ସବୁ ଦଳର ରାଜନେତାମାନେ ବିଧାନସଭାରେ ଶେଷ ଦର୍ଶନ କରିଛନ୍ତି । ଏହା ପୂର୍ବରୁ ଭୁବନେଶ୍ବର ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଭିଡ ଲାଗିଥିଲା ।
ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ହୋଇଛି। ଅନନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଲୋକପ୍ରିୟ ଜନ ନେତା ଓ ଦକ୍ଷ ପ୍ରଶାସକ ଥିଲେ। ମନ୍ତ୍ରୀ ଓ ବିଧାୟକ ଭାବେ ସେ ରାଜ୍ୟର ଓ ବାଲେଶ୍ଵର ଅଞ୍ଚଳର ବିକାଶ ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି।
ତାଙ୍କ ବିୟୋଗ ଯୋଗୁ ରାଜ୍ୟ ଜଣେ ଅମାୟିକ ଜନ ସେବକଙ୍କୁ ହରାଇଛି। ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।
