Thu. Oct 23rd, 2025

ନ୍ୟୁଜ ଡେକ୍ସ: ବିଧାନସଭାରେ ପାରିତ ହେଲା ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍- ୨୦୨୪ । ବିଲ୍ ପାରିତ ହେବା ପାଇଁ ଗୃହରେ ସାଢେ ୧୨ ଘଣ୍ଟା ଧରି ବିଧାୟକମାନେ ଆଲୋଚନା କରିଥିଲେ । ମୂଳ ବିଲ୍ ରେ ମୋଟ ୧୮ଟି କ୍ଲଜ ଏବଂ ଗୋଟିଏ ଅନୁସୂଚୀ ରହିଥିବା ବେଳେ, ସଂଶୋଧନ ବିଲ୍ ରେ ୧୨ଟି କ୍ଲଜରେ ସଂଶୋଧନ ପ୍ରସ୍ତାବ ରଖା ଯାଇଥିଲା ।

୧୨ ଘଣ୍ଟାରୁ ଅଧିକ ସମୟର ଆଲୋଚନା ପରେ ଭୋର୍ ସାଢେ ୪ଟା ବେଳକୁ ଏହା ବାଚନିକ ଭୋଟରେ ପାରିତ ହୋଇଛି । ବିରୋଧୀ ଦଳ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ । ତେବେ ବିଶ୍ବବିଦ୍ୟାଳୟର ସ୍ବାୟତ୍ତତା ବଜାୟ ରଖିବାକୁ ସଂଶୋଧନ ଜରୁରୀ ବୋଲି ଶାସକ ଦଳ ବିଧାୟକ କହିଥିଲେ । ବିଲରେ ଥିବା ୧୨ଟି ଧାରା ଓ ଗୋଟିଏ ଅନୁସୂଚୀ ଉପରେ ବିରୋଧୀ ସଂଶୋଧନ ପ୍ରସ୍ତାବ ନେଇ ସାରା ରାତି ଆଲୋଚନା ହୋଇଥିଲା । ତେବେ ବିରୋଧୀଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବ ଆଲୋଚନା ପରେ କାଟ୍ ଖାଇଥିଲା । ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ହେବା ପରେ ଏବେ ପୁଣି ସିନେଟ୍ ବ୍ୟବସ୍ଥା ଫେରିବ । କୁଳପତିଙ୍କ ଅବସରର ୬ମାସ ପୂର୍ବରୁ ନୂଆ କୁଳପତିଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । କୁଳପତି ବିଶ୍ବବିଦ୍ୟାଳୟର ପ୍ରଫେସର, ସହକାରୀ ପ୍ରଫେସର ନିଯୁକ୍ତ କରିବେ ।

ସେହିପରି ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍ ଗଠନ କରାଯିବ । ଜଣେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କିମ୍ବା ତାଙ୍କ ପ୍ରତିନିଧିଙ୍କ ସହ ବି ୧୭ ଜଣ ଶିକ୍ଷାବିତ୍ ସଦସ୍ୟ ରହିବେ। କୁଳପତିଙ୍କ ବୟସ ସୀମା ୬୭ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି। ପୁନଃ ନିଯୁକ୍ତି ପ୍ରକ୍ରିୟା ବ୍ୟବସ୍ଥା ବି ରହିବ। କୁଳପତିଙ୍କ ଦାୟିତ୍ଵ ସରିବାର ୬ ମାସ ପୁର୍ବରୁ ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ରେଜିଷ୍ଟର ଓ କଣ୍ଟ୍ରୋଲର ଅଫ ଫାଇନାନ୍ସଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ। ପୁର୍ବରୁ କୌଣସି ସମୟ ସୀମା ନଥିଲା। ବିଶ୍ଵବିଦ୍ୟାଳୟର ପ୍ରଫେସର, ସହକାରୀ ପ୍ରଫେସର ନିଯୁକ୍ତ କରିବେ କୁଳପତି। ପୁର୍ବରୁ OPSC ଚୟନ ନେଇ ବ୍ୟବସ୍ଥା ଥିଲା। ନନ ଟିଚିଂ ଷ୍ଟାଫ ଚୟନ କରୁଥିଲା ଓଡ଼ିଶା ଷ୍ଟାଫ ସିଲେକ୍ସନ୍।

Leave a Reply

Your email address will not be published. Required fields are marked *