Fri. Feb 27th, 2026

ନ୍ୟୁଜ ଡେକ୍ସ : ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସରେ ଗୃହରେ ଚର୍ଚ୍ଚା ତୀବ୍ର ହୋଇଛି। ବିରୋଧୀ ବିଭିନ୍ନ ପ୍ରଶ୍ନ ଉଠାଇଥିବା ବେଳେ, ଶାସକ ପକ୍ଷ ସେସବୁ ପ୍ରଶ୍ନର ଉତ୍ତର ରଖୁଛନ୍ତି। ଏହି ମଧ୍ୟରେ ଗୃହରେ ଉଠିଛି ‘ସୁଭଦ୍ରା’ ଯୋଜନା ପ୍ରସଙ୍ଗ।ସୁଭଦ୍ରା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୃହରେ ବଡ଼ ତଥ୍ୟ ରଖିଛନ୍ତି।

ସେ କହିଛନ୍ତି, ସରଜମିନ୍ ତଦନ୍ତ ପରେ ସୁଭଦ୍ରା ଯୋଜନାରେ ୧୭ ଲକ୍ଷରୁ ଅଧିକ ମହିଳାଙ୍କୁ ନୂଆଭାବେ ଯୋଡ଼ାଯାଇଛି।ଗୃହରେ ତଥ୍ୟ ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି,୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି। ୯୭ ଲକ୍ଷ ୫୧ ହଜାର ୪୭୯ ଜଣ ସମସ୍ତ ୩ଟି କିସ୍ତି ପାଇଛନ୍ତି।

୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ୧ କୋଟି ୧ ଲକ୍ଷ ୯୨ ହଜାର ୭୨୪ ଦ୍ୱିତୀୟ କିସ୍ତି ପାଇଛନ୍ତି।ସୁଭଦ୍ରା ଯୋଜନାର ରୂପାୟଣକୁ ନେଇ ଗୃହରେ ଆଲୋଚନା ତୀବ୍ର ହେଉଥିବା ବେଳେ, ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଏବେ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *