Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଜି ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ଆରମ୍ଭରୁ ହିଁ ଚାଲିପାରୁନି ଗୃହ । ପ୍ରଥମେ ପ୍ରଶ୍ନକାଳରେ ବିରୋଧୀଙ୍କ ହଙ୍ଗାମାରେ ୧୨ ଯାଏଁ ଗୃହକୁ ମୁଲତବି ରଖାଯାଇଥିବା ବେଳେ ଏବେ ପୁଣି ଥରେ ୪ ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।

ଆଜି ବିଧାନସଭା ବଜେଟ ଅଧିବେସନର ଦ୍ବିତୀୟ ଦିନ। ପ୍ରଥମେ ପ୍ରଶ୍ନକାଳରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଥିଲେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ସମୟରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ଦଳ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଲେ ।

ବିଜେଡ଼ି ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତିକୁ ବିରୋଧ କରିବା ସହ ମଣ୍ଡିରେ କଟ୍‌ନୀ ଛଟ୍‌ନୀର ଅଭିଯୋଗ ଆଣି ବିଧାୟକମାନେ ଜୋରଦାର୍‌ ବିରୋଧ କରିଥିଲେ । ସେପଟେ କଂଗ୍ରେସ ମଧ୍ୟ ରାଜ୍ୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ନେଇ ମଧ୍ୟ ବିରୋଧ କରିଥିଲେ । ଏପିରିକି ବାଚସ୍ପତିଙ୍କ ପୋଡିୟମ୍‌ଙ୍କ ନିକଟକୁ ଆସି ହଟ୍ଟଗୋଳ କରିଥିଲେ ବିରୋଧୀ ।

Leave a Reply

Your email address will not be published. Required fields are marked *