ନ୍ୟୁଜ ଡେକ୍ସ: ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ କଂଗ୍ରେସର ହାଇଡ୍ରାମା ଦେଖିବାକୁ ମିଳିଛି । ପ୍ରଥମେ ବିଧାନସଭାରେ ବସି ବିଧାୟକମାନେ ପ୍ରତିବାଦ କରିବା ପରେ ରାତି ଅଧରେ ସେମାନଙ୍କୁ ଉଠାଇ ଆଣି ପୋଲିସ ରାସ୍ତାରେ ଛାଡି ଦେଇଥିଲା । ଏହାପରେ ମଧ୍ୟ ବିଧାୟକ ଏବଂ କଂଗ୍ରେସ କର୍ମୀ ଜିଦରେ ରହି ରାଜରାସ୍ତାରେ ଧାରଣ ଦେବା ସହିତ ଶୋଇଥିବା ମଧ୍ୟ ଦେଖାଯାଇଥିଲା ।
ଅନ୍ୟପଟେ ଏହି ଧରଣାକୁ ନେଇ ମୁହଁ ଖୋଲିଲେ ତାହାପ୍ରସାଦ। କହିଲେ ମୋତେ ନ୍ୟାୟ ଦରକାର। ଗଣତନ୍ତ୍ରକୁ ହତ୍ୟା କରିଛନ୍ତି, ମୋତେ ନ୍ୟାୟ ଦରକାର। ମହିଳାଙ୍କ ସୁରକ୍ଷା ପାଇଁ ସର୍ବଦଳୀୟ କମିଟି ଆମର ଦାବି ଥିଲା। ପିସିସି ସଭାପତି, ନିରଞ୍ଜନ, ନରସିଂହ, ଜୟଦେବ ଆମକୁ ଦେଖିବାକୁ ଆସିଥିଲେ। ଆମକୁ ଦେଖିବାକୁ ଆସିଥିବା ଏହି ପୂର୍ବତନ ମନ୍ତ୍ରୀମାନଙ୍କୁ ଛାଡ଼ିଲେନି। ଆମକୁ ପୋଲିସ ଲଗାଇ ମାଡ଼ ମାରିଲେ, ଗାଳିଗୁଲଜ କଲେ। ମରିଯିବୁ ପଛେ ଡରିବୁନି, ମୋତେ ନ୍ୟାୟ ଦରକାର ବୋଲି କହିଲେ ତାରାପ୍ରସାଦ ବାହିନୀପତି।ମହିଳାଙ୍କ ସୁରକ୍ଷା ପାଇଁ ସର୍ବଦଳୀୟ କମିଟି ଆମର ଦାବି ଥିଲା । ପିସିସି ସଭାପତି, ନିରଞ୍ଜନ, ନରସିଂହ, ଜୟଦେବ ଆମକୁ ଦେଖିବାକୁ ଆସିଥିଲେ । ଆମକୁ ଦେଖିବାକୁ ଆସିଥିବା ଏହି ପୂର୍ବତନ ମନ୍ତ୍ରୀମାନଙ୍କୁ ଛାଡ଼ିଲେନି ।
ଆମକୁ ପୋଲିସ ଲଗାଇ ମାଡ଼ ମାରିଲେ । ମରିଯିବୁ ପଛେ ଡରିବୁନି, ମୋତେ ନ୍ୟାୟ ଦରକାର କହିଲେ ତାରା ।ଅଧ ରାତିରେ ସୁରକ୍ଷା କର୍ମୀ ଓ ପୋଲିସ କଂଗ୍ରେସ ବିଧାୟକଙ୍କୁ ମାଡ଼ ମାରି ରାସ୍ତାରେ ଛାଡିଦେଇଥିବା ଅଭିଯୋଗ କଲେ କଂଗ୍ରେସ ବିଧାୟକ । ଓଡିଶା ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଘଟିଛି । ବରିଷ୍ଠ ବିଧାୟକ ତାରାବାହୀନୀ ପତି ରାତି ତମାମ ରାଜରାସ୍ତାରେ ରହିବା କାରଣରୁ ସେ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କର ଏବଂ ରମେଶ ଜେନାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡିଛି ।
