Thu. Feb 26th, 2026

ନ୍ୟୁଜ ଡେକ୍ସ : ନିକଟରେ ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି କରିଥିବା ଘୋଷଣା ପରେ ରାଜ୍ୟର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷିତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜର ବର୍ଦ୍ଧିତ ଦରମା ଗ୍ରହଣ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ଖବର ସାମ୍ନାକୁ ଆସିଥିଲା।ଏହା ପରେ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ସେ ନିଜର ବର୍ଦ୍ଧିତ ଦରମା ଟଙ୍କା ଗ୍ରହଣ କରିବା ପରିବର୍ତ୍ତେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି କିମ୍ବା ବରଗଡ଼ ଜିଲାପାଳଙ୍କ ରେଡକ୍ରସ ପାଣ୍ଠିକୁ ଦାନ କରିବେ ବୋଲି କହିଛନ୍ତି।ସାଧାରଣ ଜନତାଙ୍କ ହିତରେ ଏହି ଟଙ୍କା ବ୍ୟବହାର ହେବା ଉଚିତ୍ ବୋଲି ସେ ପ୍ରସ୍ତାବ ଦେଇଥିବା ସହ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ମାଧ୍ୟମରେ ଏହି ସୂଚନା ସାଧାରଣଙ୍କ ସମ୍ମୁଖରେ ରଖିଛନ୍ତି।

ବରଗଡ଼ ବିଧାୟକଙ୍କ ଏହି ନିଷ୍ପତ୍ତି ଖବର ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରୁ ସ୍ୱାଗତ ଓ ପ୍ରଶଂସା ମିଳୁଛି। ଦରମା ବୃଦ୍ଧିକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଏହି ପଦକ୍ଷେପକୁ ଏକ ଦାୟିତ୍ୱଶୀଳ ଓ ଜନମୁଖୀ ନିଷ୍ପତ୍ତି ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *