Thu. Feb 26th, 2026

ନ୍ୟୁଜ ଡେକ୍ସ :ଐତିହାସିକ ମେଘନାଦ ପାଚେରି ଏବେ ଗୁରୁତର ବିପଦ ମଧ୍ୟରେ ପଡ଼ିଛି। ପାଚେରିର ଯୋଡ଼େଇ ଅଞ୍ଚଳରେ ଫାଟ ହୋଇ ଆନନ୍ଦ ବଜାରର ମଇଳା ପାଣି ଝରୁଥିବା ଦେଖାଯାଉଛି। ଏହାର ପରିଣାମରେ ପାଚେରିର ମଜବୁତି ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି।ସୂଚନା ଅନୁସାରେ, ପାଚେରି ଉପରେ ଶିଉଳି ଚରିଯାଇଥିବାରୁ ଯୋଡ଼େଇ ଧୀରେ ଧୀରେ ଦୁର୍ବଳ ହେଉଛି।

ପ୍ରାୟ ଗୋଟିଏ ବର୍ଷ ପୂର୍ବରୁ ଶିଉଳି ଛଡ଼ାଇ ଯୋଡ଼େଇର ଫାଟ ମରାମତି କରାଯାଇଥିଲା। ସେହି ସମୟରେ ଗ୍ରାଉଟିଂ କାମ କରାଯାଇଥିବା ପରେ ଡ୍ରେନ୍‌ର ପାଣି ପାଚେରି ମାଧ୍ୟମରେ ଝରିବା ବନ୍ଦ ହୋଇଯାଇଥିଲା।ତେବେ ବର୍ତ୍ତମାନ ପୁଣିଥରେ ଯୋଡ଼େଇରେ ଫାଟ ସୃଷ୍ଟି ହେବାରୁ ଡ୍ରେନ୍‌ର ମଇଳା ପାଣି ବୋହୁଛି।

ରାମଦୟା ପରିଷଦର ଠିକ୍‌ ପଛ ପାର୍ଶ୍ୱରେ ଏହି ଦୃଶ୍ୟ ଦେଖିବାକୁ ମିଳୁଛି। ଯୋଡ଼େଇ ଦୁର୍ବଳ ହେଉଥିବାରୁ ଏହା ପାଚେରିର ଭିତ୍ତିକୁ ଆହୁରି କ୍ଷତିଗ୍ରସ୍ତ କରିବାର ଆଶଙ୍କା ପ୍ରକାଶ ପାଉଛି। ଐତିହ୍ୟବାହୀ ମେଘନାଦ ପାଚେରିର ସୁରକ୍ଷା ପାଇଁ ଶୀଘ୍ର ସ୍ଥାୟୀ ମରାମତି କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ପକ୍ଷରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *