Mon. Dec 23rd, 2024

ନ୍ୟୁଜ ଡେସ୍କ: ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ୯୦ଦଶକରେ ବଲିଉଡରେ ରାଜ୍ କରୁଥିଲେ। ତେବେ ସେ ଦୀର୍ଘ ବର୍ଷ ଧରି ପରଦାରୁ ଦୂରେଇ ରହିବା ପରେ ୨୦୧୬ରେ କଶ୍ମୀରୀ ମୁସଲିମ ମୋହସିନ ଅଖତର ମିରଙ୍କୁ ବିବାହ କରିଥିଲେ।

ବିବାହର ପ୍ରାୟ ୮ବର୍ଷ ପରେ ଉର୍ମିଲା ଛାଡ଼ପତ୍ର ନେବାକୁ ଯାଉଥିବା ଜଣାଯାଇଛି। ଏନେଇ ସେ କୋର୍ଟରେ ଅବେଦନ ମଧ୍ୟ କରିସାରିଥିବା ଜଣାଯାଇଛି। ୮ ବର୍ଷର ବିବାହ ପରେ ଉର୍ମିଲା ତାଙ୍କ ସ୍ୱାମୀ ମୋହସିନ ଅଖତର ମୀରଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି। ସେ ତାଙ୍କୁ ଛାଡପତ୍ର ଦେବେ। ଚର୍ଚ୍ଚା ହେଉଛି ଯେ ତାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଦେଖାଦେଇଛି। ଏଥିପାଇଁ ଉର୍ମିଲା ଛାଡ଼ପତ୍ର ମାମଲା ଦାୟର କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ଏନେଇ ଅଭିନେତ୍ରୀଙ୍କ ଠାରୁ କୌଣସି ବୟାନ ସାମ୍ନାକୁ ଅସିନାହିଁ।

ମିଳିଥିବା ସୂଚନା ଅନୁଯାୟୀ ଉର୍ମିଲା ଏବଂ ମୋହସିନ୍ ଦୀର୍ଘ ଦିନ ହେବ ଆଉ ଏକାଠି ରହୁ ନାହାଁନ୍ତି। ଏବେ ଉର୍ମିଲା ବିବାହ ବିଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏନେଇ କୋର୍ଟରେ ଛାଡପତ୍ର ମାମଲା ଦାୟର କରିଛନ୍ତି। ତେବେ ଅଲଗା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ଏହା ନିଶ୍ଚିତ ଭାବରେ ଦାବି କରାଯାଇଛି ଯେ ଉଭୟଙ୍କ ଛାଡପତ୍ର ପାରସ୍ପରିକ ସର୍ତ୍ତରେ ହେଉନାହିଁ।

Leave a Reply

Your email address will not be published. Required fields are marked *