Mon. Dec 23rd, 2024

ନ୍ୟୁଜ ଡେକ୍ସ: ଅଭିନେତ୍ରୀ ଏଲିନାଙ୍କ ଡେଷ୍ଟିନେସନ ୱେଡିଂ। ବାଜିଲା ଏଲିନାଙ୍କ ସାହାନାଇ। ହେଲେ ଚେର୍ ପାଇଲେନି ଫ୍ୟାନ୍ସ। ଓଡିଶାରେ କି ଭାରତର କୌଣସି ସ୍ଥାନରେ ନୁହେଁ ବରଂ ସେ ଇଣ୍ଡୋନେସିଆ ବାଲିରେ ବିବାହ କରିଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁ ଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି ।

ଲମ୍ବା ସମୟ ଧରି ପ୍ରେମିକ ଅନୁରାଗଙ୍କ ସହିତ ସମ୍ପର୍କରେ ରହିବା ପରେ ନଭେମ୍ବର ୧୭ ତାରିଖ ରବିବାର ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧ ଭାବେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଦୁଇ ପରିବାରର ନିକଟସ୍ଥ ସମ୍ପର୍କୀୟ ଉପସ୍ଥିତ ରହିଥିଲେ। ପୂର୍ବରୁ ଏଲିନାଙ୍କ ସହିତ ଇଣ୍ଡଷ୍ଟ୍ରିର ବହୁ ଅଭିନେତାଙ୍କ ନାମ ଯୋଡ଼ା ଯାଉଥିଲା ବେଳେ ଏବେ ହଠାତ୍ ଅନୁରାଗଙ୍କ ସହିତ ବିବାହ ଖବର ଦେଇ ଏଲିନା ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ନିଜେ ଏଲିନା ବିବାହ ସମୟର ଫଟୋ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଦୁଇ ଲଭ ବାର୍ଡଙ୍କର ଏବେ ବିବାହକୁ ନେଇ ସେମିତି କୌଣସି ଖବର କି ଚର୍ଚ୍ଚା ବି ନଥିଲା।ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଓଲିଉଡରେ ବି ଏହି ଖବର ନଥିଲା।ବାହ ପରେ ଅନୁରାଗ ଓ ଏଲିନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ତରଙ୍ଗ ଟିଭିର ‘କିଏ ହେବ ମୋ ହିରୋଇନ୍’ ରିଆଲିଟି ଶୋ’ର ବିଜେତା ହେବା ପରେ ‘ଇସ୍କ ତୁ ହି ତୁ’ ଫିଲ୍ମ ଜରିଆରେ ଓଲିଉଡରେ ଏଣ୍ଟ୍ରି ମାରିଥିଲେ ଏଲିନା।

Leave a Reply

Your email address will not be published. Required fields are marked *