ନ୍ୟୁଜ ଡେକ୍ସ : ନବୀନ ନିବାସରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଗଭର୍ଣ୍ଣର । ବିଜେଡି ସୁପ୍ରିମୋଙ୍କୁ ସହ ୧୫ ମିନିଟ୍ ଧରି ଆଲୋଚନା କରିଥିଲେ।
ଏଥି ସହିତ ଉପହାର ସ୍ବରୂପ ଫଳ ଏବଂ ପୁଷ୍ପଗୁଚ୍ଛ ଦେଇଥିଲେ ।ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନବୀନ ନିବାସ ଯାଇ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ୧୦ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବୁଧବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁସ୍ଥ ହୋଇ ନବୀନ ନିବାସ ଫେରିଥିଲେ ।
ଗତ ରବିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଡିହ୍ରାଇଡେସନ ସମସ୍ୟା ଯୋଗୁ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶନିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନବୀନ ନିବାସରେ ବିରୋଧୀ ଦଳ ନେତାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ ।
