ନ୍ୟୁଜ ଡେସ୍କ: ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଠାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ବସ୍ ପିଟିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୦ ଜଣ ଆହତ ହୋଇଥିବା ଜଣାଯାଇଛି। ଧର୍ମଶାଳା ମେଡ଼ିକାଲରେ ଆହତ ରୋଗୀମାନେ ଚିକିତ୍ସା ହେଉଛନ୍ତି।
ତେବେ ସୂଚନା ମୁତାବକ, ଗତ ରାତିରେ ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ‘ରାଜା’ ନାମକ ବସ୍ ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୩ଟା ବେଳେ ଜାରକା ନିକଟରେ ରାସ୍ତାରେ ଠିଆ ହୋଇ ଥିବା ଏକ ଟ୍ରକ୍କୁ ଦ୍ରୁତ ଗତିରେ ଆସୁଥିବା ‘ରାଜା’ ବସ୍ ଧକା ଦେଇଥିଲା। ଦୁର୍ଘଟଣା ଏତେ ଜୋର ଥିଲା ଯେ ଘଟଣା ସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଧକ୍କା ଯୋଗୁ ପ୍ରାୟ ୨୦ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
ପରେ ଖବର ପାଇ ପୁଲିସ୍ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ଗୁରୁତର ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧର୍ମଶାଳା ମେଡିକାଲରେ ପ୍ରାଥମିକ ଚିକିତ୍ସ ପରେ ଛାଡି ଦିଆଯାଇଛି। ଦୁର୍ଘଟଣା ଘଟାଇଥିବା ବସ୍କୁ ପୁଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।