Thu. Oct 23rd, 2025

ନ୍ୟୁଜ ଡେକ୍ସ: ସୁସ୍ଥ ଓ ସୁଖ ଜୀବନ ପାଇଁ ପ୍ରକୃତି ଏବଂ ପରିବେଶର ସୁରକ୍ଷା ନିତ୍ୟନ୍ତ ଆବଶ୍ୟକ । ପରିବେଶ ବଞ୍ଚିଲେ ଜୀବଜଗତ ବଞ୍ଚିବ । କିନ୍ତୁ ଆମେ ନିଜର ଜାଣତରେ ହେଉ କିମ୍ବା ଅଜାଣତରେ ପରିବେଶ ପ୍ରତି ଅନେକ ଅନ୍ୟାୟ କରିଥାଉ । ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା, ଯାନବାହନ ତିଆରି ଆଦି ଅନେକ ଜିନିଷ କରିଥାଏ ଏହି ମଣିଷ ସମାଜ ।

ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଶ୍ୱ ପରିବେଶ ଦିବସ ପାଳନ କରିବା ପାଇଁ ମିଳିତ ଜାତିସଂଘ ୧୯୭୨ ମସିହାରେ ଘୋଷଣା କରିଥିଲା। ଏହିଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ବୈଠକ (United Nations Conference on the Human Environment) ବସିଥିଲା। ଏହା ୫ରୁ ୧୬ ଜୁନ ୧୯୭୨ ଯାଏ ଚାଲିଥିଲା। ଏହା ସଂଯୁକ୍ତ ରାଷ୍ଟ୍ରସଂଘର ଆସେମ୍ବ୍ଲି (United Nations General Assembly)ଦ୍ୱାରା ୧୯୭୨ରେ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମ ବିଶ୍ୱ ପରିବେଶ ଦିବସ ୧୯୭୩ରେ ପାଳିତ ହୋଇଥିଲା। ଏହା ପରଠାରୁ ପ୍ରତିବର୍ଷ ଏକ ନୂଆ ବିଷୟବସ୍ତୁକୁ ନେଇ ପାଳନ କରା ଯାଇଥାଏ। ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁଥାଏ ଓ ଦକ୍ଷିଣ ଗୋଲାର୍ଦ୍ଧରେ ବର୍ଷା ଋତୁ ଚାଲିଥାଏ।ବିଶ୍ୱର ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଇଥାଏ। ବିଶେଷ କରି ବର୍ତ୍ତମାନ ଜଙ୍ଗଲକ୍ଷୟ ପରିବେଶ ପ୍ରଦୂଷଣର ଏକ ବଡ଼ କାରଣ ପାଲଟିଛି।

ଆମଦେଶରେ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଏହାକୁ ରୋକିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଉଦାହରଣ ଭାବେ ଯଦି ମୟୁରଭଞ୍ଜ ଜିଲାକୁ ନେବା ପୂର୍ବ ସରକାର ଅପେକ୍ଷା ବର୍ତ୍ତମାନର ସରକାର ଏହାର ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେଇଛନ୍ତି । ନିକଟରେ ପରିବେଶ ଚକ୍ରକୁ ସୁରକ୍ଷା ଦେବାପାଇଁ ବାଘବଂଶ ବୃଦ୍ଧି ଯୋଜନା ହାତକୁ ନିଆଯାଇଛି । କଳାବାଘ ଙ୍କ ଜେନେଟିକ୍ ଚେଞ୍ଜ ପାଇଁ ମହାରଷ୍ଟ୍ର ତଡାଓ୍ବା ଅନ୍ଧେରୀ ଅଭୟାରଣ୍ୟ ରୁ ଜମୁନା ଓ ଜିନ୍ନତ ନାମକ ୨ବାଘୁଣୀ ଶିମିଳିପାଳକୁ ଅଣାଯାଇଛି। ଏହାଛଡା ନିକଟରେ ସରକାର ଶିମିଳିପାଳ କୁ ଜାତୀୟ ଉଦ୍ୟାନର ମାନ୍ୟତା ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *