Sun. Feb 22nd, 2026

ନ୍ୟୁଜ ଡେକ୍ସ: ବିଷାକ୍ତ ଖାଦ୍ୟ ଖାଇ ୨୦ ତୀର୍ଥଯାତ୍ରୀ ଅସୁସ୍ଥ। ବେଙ୍ଗାଲୁରରୁ ଏକ ବସ୍ ଯୋଗେ ଆସିଥିବା ୫୦ ଜଣ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କର୍ଣ୍ଣାଟକ ବେଙ୍ଗଲୁରୁ ସହରରୁ ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀ ଏକ ବସ୍‌ ରେ ୨୫ ଦିନ ପାଇଁ ଭ୍ରମଣ ଆରମ୍ଭ କରିଥିଲେ । ଗତ ୨୬ ତାରିଖରେ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ପାଇଁ ବାହାରି ଗତକାଲି ଗୟାରୁ ପୁରୀ ଅଭିମୁଖେ ଯାଉଥିଲେ । ସୋର ନିକଟରେ ପହଞ୍ଚିବା ପରେ ସେଠାରେ ସମସ୍ତ ତୀର୍ଥ ଯାତ୍ରୀଙ୍କ ପାଇଁ ରୋଷେଇ କରାଯାଇଥିଲା ।

ସେଠାରେ ସମସ୍ତେ ଖାଇବା ପରେ କିଛି ସମୟ ପରେ ୨୦ ରୁ ଅଧିକ ଲୋକ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ।ଏହାପରେ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *