ନ୍ୟୁଜ ଡେକ୍ସ: ଭାରତର ଅଧିକାଂଶ ସହର ଅତି ମାତ୍ରାରେ ପ୍ରଦୂଷିତ । ବିଶ୍ବର ୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୩ଟି ସହର ରହିଛି । ସବୁଠାରୁ ଟପ୍ରେ ଅଛି ଆସାମର ବିର୍ଣ୍ଣିହାଟ । ବାୟୁର ଗୁଣବତ୍ତା ମାନ ସ୍ଥିର କରୁଥିବା ସ୍ବିଜରଲାଣ୍ଡର IQ ଏୟାର୍ ଏହି ତାଲିକା ଜାରି କରିଛି ।
୨୦ ସର୍ବାଧିତ ପ୍ରଦୂଷିତ ସହର ମଧ୍ୟରେ ଭାରତର ଅନ୍ୟ ସହରଗୁଡ଼ିକ ହେଉଛି ଦିଲ୍ଲୀ, ଗୁରୁଗ୍ରାମ, ଗଙ୍ଗାନଗର, ଗ୍ରେଟର ନଏଡ଼ା, ଭିୱାଣ୍ଡି, ମୁଜାଫରନଗର, ହନୁମାନଗଡ଼ ଏବଂ ନଏଡ଼ା । ବିଶ୍ବର ସର୍ବାଧିକ ପ୍ରଦୂଷତ ରାଜଧାନୀ ତାଲିକାରେ ଦିଲ୍ଲୀ ରହିଛି ସବା ଆଗରେ । ୨୦୨୪ରେ ବିଶ୍ବର ସର୍ବାଧିକ ପ୍ରଦୂଷିତ ଦେଶ ତାଲିକାର ପଞ୍ଚମ ସ୍ଥାନରେ ରହିଛି ଭାରତ । ଦିନକୁ ଦିନ ବାୟୁ ପ୍ରଦୂଷଣ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି। ପୂର୍ବରୁ ଦିଲ୍ଲୀ ବାୟୁ ପ୍ରଦୂଷଣରେ ବିଶ୍ୱରେ ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀ ଭାବେ ରେକର୍ଡ କରିଛି। ହେଲେ ଥର ପାଇଁ ଦିଲ୍ଲୀ ସହର ଭାବେ ପ୍ରଦୂଷଣ ରାଙ୍କରେ ପଛରେ ପଡିଛି।ଆସାମର ବିର୍ନିହାଟ ସହର ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି।
ରିପୋର୍ଟ ଅନୁସାରେ, ୨୦୨୪ ତୁଳନାରେ ଭାରତରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ୨୦୨୩ରେ ଭାରତ ପ୍ରଦୂଷିତ ରାଷ୍ଟ୍ରମାନଙ୍କରେ ୩ୟ ନମ୍ବର ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୨ଟା ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛି।ଭାରତର ୩୫ଟି ସହରରେ PM2.5, ସ୍ବାଭାବିକଠାରୁ ୧୦ ଗୁଣା ରହିଛି । ପ୍ରଦୂଷଣ ନେଇ ଡାଟା ସଂଗ୍ରହରେ ଭାରତ ଯଥେଷ୍ଟ ଅଗ୍ରଗତି କରିଥିଲେ ମଧ୍ୟ ନିୟନ୍ତ୍ରଣ ପାଇଁ ସେବଳି ପଦକ୍ଷେପ ନେଇ ନଥିବା କହିଛନ୍ତି ଜାତିସଂଘର ପୂର୍ବତନ ମୁଖ୍ୟ ସ୍ବାସ୍ଥ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ କହିଛନ୍ତି । ବିଶ୍ବର ପ୍ରମୁଖ ୧୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୬ଟି ସହର ରହିଛି ।
