ନ୍ୟୁଜ ଡେକ୍ସ : ବିହାର ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଫଳାଫଳ ସ୍ପଷ୍ଟ ହେବା ସହ ରାଜନୀତିକ ମଞ୍ଚରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି (ଜେଏସପି)। ବହୁ ଆଶା, ଆହ୍ୱାନ ଓ ପ୍ରଚାର ସତ୍ତ୍ୱେ ପ୍ରଶାନ୍ତ କିଶୋରଙ୍କ ଦଳ ଗୋଟିଏ ମଧ୍ୟ ଆସନ ହାସଲ କରିପାରିନାହାଁନ୍ତି।
ଏହା ଫଳରେ ସୋସିଆଲ ମିଡିଆରେ ଭାରି ଟ୍ରୋଲିଂ, ମିମ୍ ଏବଂ କଟାକ୍ଷର ବନ୍ୟା ଦେଖିବାକୁ ମିଳୁଛି।ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋର ଦାବି କରିଥିଲେ– ଯଦି ଜେଡିଉ (ଜନତା ଦଳ ୟୁନାଇଟେଡ) ୨୫ଟି ଆସନ ଅତିକ୍ରମ କରେ, ସେ ରାଜନୀତିରୁ ସନ୍ୟାସ ନେଇଦେବେ। ଏହି ଚର୍ଚ୍ଚିତ ପ୍ରତିଶ୍ରୁତି ଏବେ ପୁଣିଥରେ ମୁଖ୍ୟ ଆଲୋଚନାର ବିଷୟ ହୋଇପଡ଼ିଛି। ଜେଏସପି ଦଳ ଦ୍ଵାରା ଦୃଢ଼ ଦାବି ସତ୍ତ୍ୱେ, ପ୍ରାୟ କୌଣସି ନିର୍ବାଚନ ମଣ୍ଡଳୀରେ ସେମାନଙ୍କ ପ୍ରାର୍ଥୀ ଗୁରୁତ୍ୱପୂର୍ଣ୍ଣ ଟକ୍କର ଦେଇପାରିନାହାଁନ୍ତି।
ପ୍ରତିଶତ ଭୋଟ୍ ଦୃଷ୍ଟିରେ ମଧ୍ୟ ୧୦ ଶତାଙ୍ଶ ଅତିକ୍ରମ କରିପାରିନଥିବା ପ୍ରାର୍ଥୀମାନଙ୍କ ପ୍ରଦର୍ଶନ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଘାତ ବୋଲି ବିଶେଷଜ୍ଞମାନେ ମତଦେଇଛନ୍ତି। ସୋସିଆଲ ମିଡିଆରେ ଏହି ବିଫଳତାକୁ ନେଇ ଭାରି କଟୁକ୍ତି। ଜଣେ ୟୁଜର୍ ମଜାକ କରି ଲେଖିଛନ୍ତି “ଜନ ସୁରଜ କା ସୁରଜ ଉଗନେ କେ ପେହଲେ ହି ଡୁବ୍ ଗୟା।” ଅନ୍ୟ ଜଣେ ଲେଖିଛନ୍ତି “ପଲିଟିକାଲ କନସଲ୍ଟାଣ୍ଟ ସର୍ଫ ପରାମର୍ଶ ହି ଦେ ସକତେ ହୈଁ, ରାଜନୀତି ନହିଁ କର ସକତେ।
“ବିଶେଷତଃ ନିର୍ବାଚନ ପୂର୍ବରୁ ଦଳର କିଛି ପ୍ରାର୍ଥୀ ବିଜେପିରେ ସାମିଲ ହେବା ମଧ୍ୟ ଜେଏସପିର ଭିତିଦଳକୁ ଅବଳ କରିଥିଲା। ରାଜନୀତିକ ବିଶ୍ଳେଷକମାନେ ମତଦେଇଛନ୍ତି ଯେ ଏହି ବିଫଳତା ପରେ ପ୍ରଶାନ୍ତ କିଶୋରଙ୍କ ପାଇଁ ଗଭୀର ସମୀକ୍ଷା ଆବଶ୍ୟକ।ଏବେ ପ୍ରଶ୍ନ ହେଉଛି— ସେ ନିଜ ଦାବି ଅନୁଯାୟୀ ସନ୍ୟାସ ନେବେ କି? ଏହି ଚର୍ଚ୍ଚାରେ ଗରମ ପଡ଼ିଛି ସମଗ୍ର ବିହାରର ରାଜନୀତିକ ପରିବେଶ। ଯାହା ହେଉ, ବିହାରର ନବୀନ ପରିଣାମ ଜନ ସୁରାଜ ପାର୍ଟି ପାଇଁ ନିଶ୍ଚୟ ଏକ ବଡ଼ ପ୍ରତିଘାତ।

