Sat. Feb 21st, 2026

ନ୍ୟୁଜ ଡେକ୍ସ : ବିହାର ବିଧାନସଭା ନିର୍ବାଚନ ପ୍ରଚାର ମଞ୍ଚରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ନେହା ଶର୍ମା। ତାଙ୍କ ଗ୍ଲାମରସ୍ ଅଭିନୟ ଓ ସୋସିଆଲ ମିଡିଆରେ ବିଶାଳ ଫଲୋଇଂ ସହ ନେହା ଏବେ ରାଜନୈତିକ ମଞ୍ଚକୁ ମଧ୍ୟ ମାତ କରୁଛନ୍ତି। ଭାଗଲପୁରରେ ତାଙ୍କ ବାପା ଏବଂ କଂଗ୍ରେସ ପ୍ରାର୍ଥୀ ଅଜିତ ଶର୍ମାଙ୍କ ସହିତ ଏକ ଖୋଲା ଜିପ୍‌ରେ ପ୍ରଚାର କରୁଥିବା ତାଙ୍କ ଇନଷ୍ଟାଗ୍ରାମ ରିଲ୍‌ ଏବେ ଭାଇରାଲ୍‌ ହୋଇପଡିଛି।

ପ୍ରଚାର ସମୟରେ ନେହା ଶର୍ମା ଜନସାଧାରଣଙ୍କୁ ହସିହସି ସମ୍ବୋଧିତ କରିଥିଲେ। ତାଙ୍କ ଉପସ୍ଥିତିରେ ଆନନ୍ଦିତ ହୋଇ କିଛି ସମର୍ଥକ ତାଙ୍କୁ “କଂଗ୍ରେସର ବ୍ରହ୍ମାସ୍ତ୍ର” ଓ “ହୁକୁମର ଇକ୍କା” ବୋଲି ସ୍ତୁତି କରିଥିଲେ। ତେବେ ପ୍ରଶ୍ନ ଏହା ନେଇ ରହିଛି – ନେହାଙ୍କ ଏହି ଗ୍ଲାମର ଓ ଷ୍ଟାର ପାୱାର୍ କି ତାଙ୍କ ବାପାଙ୍କ ପାଇଁ ଭୋଟରେ ପରିଣତ ହେବ?ନେହା ଶର୍ମା ବଲିଉଡରେ ଅନେକ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ଇନଷ୍ଟାଗ୍ରାମରେ ତାଙ୍କର ୨ କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି। ପ୍ରତ୍ୟେକ ନିର୍ବାଚନ ସମୟରେ ସେ ଭାଗଲପୁରରେ ନିଜ ବାପାଙ୍କ ପାଇଁ ପ୍ରଚାର କରୁଥାନ୍ତି। କିନ୍ତୁ ତାହାର ପ୍ରଭାବ ଏପର୍ଯ୍ୟନ୍ତ ମିଶ୍ରିତ ରହିଛି।

୨୦୨୪ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ନେହା ଏକ ଖୋଲା ଜିପ୍‌ରେ ଭାଗଲପୁର ରାସ୍ତାରେ ଘୁରି ପ୍ରଚାର କରିଥିଲେ। ତଥାପି, ସେତେବେଳେ ଜନମତ ଅନୁଯାୟୀ, “ନିର୍ବାଚନ ଅଛି, ତେଣୁ ସେ ଏଠାରେ ଅଛନ୍ତି…” ବୋଲି ମଜାକିଆ ପ୍ରତିକ୍ରିୟା ଦିଆଯାଇଥିଲା। ତାଙ୍କ ଆକର୍ଷକ ପ୍ରଚାର ସତ୍ତେ ମଧ୍ୟ ଅଜିତ ଶର୍ମା ତା’ବେଳେ JDU ପ୍ରାର୍ଥୀଙ୍କଠାରୁ ଲକ୍ଷେରୁ ଅଧିକ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ।ଏବେ ଆଉଥରେ ବିହାର ନିର୍ବାଚନ ମଞ୍ଚରେ ନେହା ଶର୍ମା ତାଙ୍କ ବାପାଙ୍କ ସହିତ ସମରେ ନେମିଛନ୍ତି। ଦେଖିବାକୁ ହେବ, ଏଥର ତାଙ୍କ ଗ୍ଲାମରସ୍ ପ୍ରଚାର କଂଗ୍ରେସ ପାଇଁ ଭୋଟ୍‌ ଆଣିପାରିବ କି, ନା ମାତ୍ର ସୋସିଆଲ ମିଡିଆରେ ହିଁ ରହିଯିବ ତାହାର ପ୍ରଭାବ।

Leave a Reply

Your email address will not be published. Required fields are marked *