ନ୍ୟୁଜ ଡେକ୍ସ : ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ରଣନୀତିକୁ ଆହୁରି ଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି। ନିର୍ବାଚନ ମୁହାଁ ରାଜ୍ୟଗୁଡ଼ିକରେ ବିଜେପିର ରଣନୀତିକୁ ସୁଦୃଢ଼ କରିବା ପାଇଁ ଦୁଇ ଓଡ଼ିଆ ନେତାଙ୍କୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।
ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି। ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ କମିଟି ନିର୍ଦ୍ଦେଶ ଅନୁସାରେ ଏହି ଦୁଇ ନେତା ସେ ରାଜ୍ୟରେ ନିର୍ବାଚନ ପ୍ରଭାରୀ ଭାବେ କାର୍ଯ୍ୟ କରିବେ। ସେମାନେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଏବଂ ବୈଜୟନ୍ତ ପଣ୍ଡା। ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଆଜି ଏକ ଚିଠି ଜାରି କରି ନୂତନ ପଦାଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ନିର୍ଦେଶ ଦେଇଛନ୍ତି। ବିହାର ନିର୍ବାଚନ ବ୍ୟତୀତ ବିଜେପି ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି ।
ଭାରତର ସବୁଠାରୁ ଜଟିଳ ରଣନୀତିର କେନ୍ଦ୍ରରେ ତାଙ୍କୁ ରଖାଯାଇଛି।ଧର୍ମେନ୍ଦ୍ରଙ୍କ ରଣନୈତିକ ଦକ୍ଷତା ଏବଂ ସାଂଗଠନିକ କ୍ଷମତା ବିହାରରେ NDA ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ସେ ଓଡ଼ିଶାର ବାସିନ୍ଦା ଏବଂ ତାଙ୍କର ଦୃଢ଼ ରଣନୈତିକ ବୁଝାମଣା ଅଛି।ପ୍ରଧାନଙ୍କୁ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଶ୍ୱସ୍ତ ପ୍ରତିନିଧି ଭାବରେ ଦେଖାଯାଉଛି।
ସେ ୨୦୨୪ ମସିହାରେ ହରିୟାଣାରେ ବିଜେପିର ଐତିହାସିକ ବିଜୟର କାରୀଗରୀ ଥିଲେ। ସେ ୨୦୧୭ରେ ଉତ୍ତରାଖଣ୍ଡ, ୨୦୨୨ରେ ଉତ୍ତର ପ୍ରଦେଶ ଏବଂ ୨୦୨୩ରେ କର୍ଣ୍ଣାଟକ ନିର୍ବାଚନ ପାଇଁ ରଣନୀତିକାର ଭାବରେ ନିଜକୁ ପ୍ରମାଣିତ କରିସାରିଛନ୍ତି। ଗତ ବର୍ଷ ଓଡ଼ିଶାରେ ମଧ୍ୟ ବିଜେପି ଜିତିଥିଲା।
