ନ୍ୟୁଜ ଡେକ୍ସ: ଆକାଶରେ ବୁଲୁଛି ଅଜଣା ହେଲିକପ୍ଟର । ଆଉ ଏହାର ପଛରେ ଲାଗିଛି ଇଲେକ୍ଟ୍ରୋ ମାଗନେଟିକ ମିଟର । ଏହା କେଉଁଥିପାଇଁ ବୁଲୁଛି, ଉଦ୍ଦେଶ୍ୟ କ’ଣ ତାହା ଏଯାଁଏ ଜଣାପଡି ନାହିଁ । ଦେବଗଡ ଜିଲ୍ଲା ସୁନାଖଣି ଓ ଆଖପାଖ ଅଞ୍ଚଳରେ ହେଲିକପ୍ଟ ବୁଲୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । କୁହାଯାଉଛି ହେଲିକପ୍ଟର ପଛଲେ ଲାଗିଥିବା ଯନ୍ତ୍ରଟି ଦ୍ୱାରା ବିଭିନ୍ନ ଖଣିଜଦ୍ରବ୍ୟର ଅନୁସନ୍ଧାନ କରାଯାଇଥାଏ ।
ତେଣୁ ଏହା ସୁନାର ସନ୍ଧାନ ନେଉଥାଇ ପାରେ ବୋଲି ଅନୁମାନ କରାଯାଉଛି । ଗତକାଲିଠାରୁ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ହେଲିକେପ୍ଟର ବୁଲୁଥିବା ଦେଖାଯାଉଛି। ଅତି ନିକଟରେ ହେଲିକେପ୍ଟର ବୁଲୁଥିବାରୁ ସ୍ଥାନୀୟ ଲୋକ ବିଭିନ୍ନ ଆଶଙ୍କାରେ ଅଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନଥିବା ଜଣାପଡ଼ିଛି।ଗତକାଲି ଟିଙ୍କବୀର, କୁଳବସା, ଗୁଣ୍ଡିଆପାଲି, ଲୁଲଙ୍ଗ ଆଦି ପଂଚାୟତର ବିଭିନ୍ନ ଗାଁ ଉପରେ ଅନେକ ସମୟ ଧରି ହେଲିକେପ୍ଟର ରାଉଣ୍ଡ ପରେ ରାଉଣ୍ଡ ମାରିଥିଲା।
ଆଜି ସକାଳ ପ୍ରାୟ ୧୦ ଟାରୁ ଦେବଗଡ଼ ଜିଲ୍ଲା ଆଡସ ପଂଚାୟତରେ ଚିହ୍ନଟ ହୋଇଥିବା ସୁନାଖଣି ଏବଂ କଂସର ପଂଚାୟତର ଖଜୁରୀଖମଣ, ତେଲଭାଙ୍ଗୁଣି ଓ ଭଙ୍ଗାମୁଣ୍ଡା ଗାଁ ଉପରେ ହେଲିକେପ୍ଟର ବୁଲିଥିବା ଜଣାପଡ଼ିଛି । ହେଲିକେପ୍ଟର କେଉଁଠୁ ଆସୁଛି, କ’ଣ ପାଇଁ ବୁଲୁଛି ସ୍ପଷ୍ଟ ହୋଇନଥିବା ବେଳେ ସ୍ଥାନୀୟ ଲୋକ ଆଶଙ୍କାରେ ଅଛନ୍ତି।