Thu. Oct 23rd, 2025
Screenshot

ନ୍ୟୁଜ ଡେକ୍ସ: ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ। କଟକ ମଙ୍ଗୁଳି ଚୌଦ୍ବାର ନିର୍ଗୁଣ୍ତି ନିକଟରେ ଧାରଣାରୁ ଖସିଲା ୮ ବଗି ( ବି-୬ରୁ ବି ୧୪ ବଗି)। ଦୁର୍ଘଟଣା ବେଳେ ଛାନିଆରେ ଟ୍ରେନ୍ରୁ ଡେଇଁପଡିଲେ ଯାତ୍ରୀ। ଦୁର୍ଘଟଣାରେ ଜଣେ ମୃତ୍ୟୁ ନେଇ ସୂଚନା ମିଳିଛି।

ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ଟ୍ରେନଟି ରେଳ ଧାରଣାରୁ ଲାଇନଚ୍ୟୁତଛି । ଏହାପରେ ପରେ ଟ୍ରେନରେ ଥିବା ଯାତ୍ରୀମାନେ ବ୍ୟସ୍ତବିବ୍ରତ ହୋଇ ନିଜ ନିଜ ବ୍ୟାଗ ଧରି ଟ୍ରେନରୁ ଓହ୍ଲାଇ ପଡୁଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ କୌଣସି ଆହତ କିମ୍ବା ମୃତ୍ୟୁର ଖବର ମିଳିନାହିଁ।ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, କାମାକ୍ଷା ଏକ୍ସପ୍ରେସର ମୋଟ ୧୧ଟି ବଗି ନିର୍ଗୁଣ୍ଡି ଷ୍ଟେସନ ପାଖରେ ଲାଇନଚ୍ୟୁତ ହୋଇଛି।

ଶେଷ ରିପୋର୍ଟ ସୁଦ୍ଧା ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ଜଣେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ଯାତ୍ରୀ ନିଜ ଗନ୍ତବ୍ୟସ୍ଥଳକୁ ପହଞ୍ଚିବା ପାଇଁ ବିକଳ୍ପ ବ୍ୟବସ୍ଥା ଖୋଜିବା ଆରମ୍ଭ କରି ସ୍ଥାନ ଛାଡି ଚାଲିଯାଇଛନ୍ତି।

Screenshot

Leave a Reply

Your email address will not be published. Required fields are marked *