Thu. Oct 23rd, 2025

ନ୍ୟୁଜ ଡେକ୍ସ: ଗାଁ ନଈରେ ମହାଆନନ୍ଦରେ ଗାଧୋଇଲେ ମୁଖ୍ୟମନ୍ତ୍ରୀ । ପାଣିରେ ମନ ଇଚ୍ଛା ବୁଡିଲେ । ଆଉ ସେଠି ଉପସ୍ଥିତ ଲୋକଙ୍କ ଉପରକୁ ପାଣି ମଧ୍ୟ ଫୋପାଡିଲେ । ଆଜି ମକର ସଂକ୍ରାନ୍ତି ଅବସରରେ ବୁଡ ପକାଇ କିଛି ଏପରି ଅନ୍ଦାଜରେ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ସକାଳୁ ସକାଳୁ ଦିଲ୍ଲୀରୁ ଫେରି ସିଧା କେନ୍ଦୁଝର ଗସ୍ତରେ ଯାଇଛନ୍ତି ।

ଆଜିଠାରୁ କେନ୍ଦୁଝର ପାଟନା ଗାଁରେ ମକଳ ମେଳା ଆୟୋଜିତ ହୋଇଥିବା ବେଳେ ସେଠାରେ ବୈତରଣୀ ନଦୀରେ ମହାଆନନ୍ଦରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖି ସ୍ଥାନୀୟ ଲୋକେ ମଧ୍ୟ ଆତ୍ମହରା ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ସେଠାରେ ସାଧାରଣ ଲୋକଙ୍କ ବେଶ୍ ଭିଡ ଜମିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ ଗସ୍ତରେ କେନ୍ଦୁଝର ଯାଇଛନ୍ତି । ସଡ଼କ ପଥରେ ରାଇସୁଆ ଠାରୁ ପାଟଣା ଯାଇ ମକର ବୁଡ଼ ପକାଇଛନ୍ତି।

ସେଠାରେ ପୂଜାର୍ଚ୍ଚନା କରିବା ପରେ ବିଜେପି କର୍ମୀ ହରି ମହାନ୍ତଙ୍କ ବାସଭବନରେ ପହଞ୍ଚି କେତେକ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ। ମଧ୍ୟାହ୍ନରେ କେନ୍ଦୁଝର ସର୍କିଟ୍ ହାଉସ ଅଭିମୁଖେ ଯାତ୍ରା କରିବେ। ଅପରାହ୍ଣ ୪ଟାରେ ଝୁମ୍ପୁରା ଦେଇ ନିଜ ଗ୍ରାମ ରାଇକଳାକୁ ଗସ୍ତ କରିବେ । ସେଠାରେ କେତେକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସର୍କିଟ୍ ହାଉସରେ ରାତ୍ରୀଯାପନ କରିବେ ।

Leave a Reply

Your email address will not be published. Required fields are marked *