ନ୍ୟୁଜ ଡେକ୍ସ : ଜିଲ୍ଲାରେ ମାଓବାଦୀ ଚଳଚଳନକୁ ରୋକିବା ପାଇଁ ବୌଦ୍ଧ ପୋଲିସ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ପୋଷ୍ଟର ଲଗାଇ ହାଡ଼କୋର୍ ମାଓବାଦୀଙ୍କୁ ଧରାଇବା ପାଇଁ ପୁରସ୍କାର ଘୋଷଣା କରାଯାଇଛି।ଏହି ପୋଷ୍ଟରରେ ସ୍ପଷ୍ଟ ଭାବରେ ଲେଖା ରହିଛି — “ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ”।
ଜିଲ୍ଲା ପୋଲିସ ଉତ୍ସର୍ଗ ପୂର୍ବକ ଏହି ଅଭିଯାନ ଆରମ୍ଭ କରିଛି ଯାହାର ଉଦ୍ଦେଶ୍ୟ ହେଉଛି ମାଓବାଦୀ ଚଳଚଳନକୁ ମୂଳୋତ୍ପାଟନ କରିବା।ମୋଟ ୧୦ ଜଣ ମାଓବାଦୀଙ୍କ ପାଇଁ ୪ କୋଟି ୩୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଛି। ତାହାରୁ ଟପ୍ ମାଓନେତା ଗଣେଶ ଉଇକେ ପାଇଁ ୧ କୋଟି ଟଙ୍କା ପୁରସ୍କାର ରଖାଯାଇଛି। ଏହାସହ ଅନ୍ୟ ୫ ଜଣ ହାଡ଼କୋର୍ ମାଓବାଦୀଙ୍କ ପାଇଁ ପ୍ରତିଜଣକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରାଯାଇଛି।
ବୌଦ୍ଧ ଜିଲାର ସିଗାଡ଼ି,ତିଲପଙ୍ଗା, ଉଡ଼ାମୁଣ୍ଡା, ମାତାଗାଡୁ, ଖଣ୍ଡିକନପା, ଲୁହାରପଡ଼ା, ନଳିକୁମ୍ପା, ପଲମ ଆଦି ୯ରୁ ଊର୍ଦ୍ଧ୍ୱ ସ୍ଥାନରେ ଏଭଳି ନୋଟିସ୍ ଲାଗିଥିବା ଜଣାପଡ଼ିଛି। ଏହି ସମସ୍ତ ସ୍ଥାନ ବୌଦ୍ଧ କଣ୍ଟାମାଳ, ବାଉଁଶୁଣି, ମନମୁଣ୍ଡା ଥାନା ଅଞ୍ଚଳରେ ରହିଛି।
