Thu. Oct 23rd, 2025

ନ୍ୟୁଜ ଡେକ୍ସ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହୋଇଛି । ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟ ପୁରୁଣା କଟକ ପର୍ଯ୍ୟନ୍ତ ଶେଷ ହୋଇଛି । ଆଜି ବୌଦ୍ଧ ଜିଲ୍ଲାରେ ରେଳ ସେବାର ହେଲା ଶୁଭାରମ୍ଭ । ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଲେ ଏହାର ଉଦଘାଟନ । ଏକା ଥର କେ ଦୁଇଟି ସ୍ଥାନରୁ ବୌଦ୍ଧ ଏବଂ ପୁରୁଣାକଟକରୁ ଗଡିଲା ରେଳ ।

ବୌଦ୍ଧ ଓ ପୁରୁଣାକଟକରୁ ଏକସାଙ୍ଗରେ ୨ଟି ଟ୍ରେନ ସେବା ଆରମ୍ଭ ହେବ । ବୌଦ୍ଧରୁ ସମ୍ବଲପୁର ଓ ପୁରୁଣାକଟକରୁ ଭୁବନେଶ୍ୱରକୁ ଦୁଇଟି ଟ୍ରେନ ଚଳାଚଳ କରିବ । ଏଥିପାଇଁ ଷ୍ଟେସନରେ ଟ୍ରେନ ପହଞ୍ଚି ସାରିଥିବା ସୂଚନା ରହିଛି ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ଅବସରରେ ବୌଦ୍ଧ ଓ ପୁରୁଣାକଟକରୁ ରେଳସେବାକୁ ଉଦଘାଟନ କରିବେ । ଏନେଇ ରେଳ ବିଭାଗ ଓ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାପଡିଛି ।ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେସନରେ ସମସ୍ତ ପ୍ରକାର ସୁବିଧା ପ୍ରସ୍ତୁତି ନିରୀକ୍ଷଣ କରିଛନ୍ତି ।

Leave a Reply

Your email address will not be published. Required fields are marked *