Thu. Jan 9th, 2025

ନ୍ୟୁଜ ଡେକ୍ସ: ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଘଟଣ। ବଡମେଡିକାଲ କାଜୁଆଲଟିରେ ଅଗ୍ନିକାଣ୍ଡ। ନିଆଁ ଲାଗି କାଜୁଆଲିଟି ୱାର୍ଡ ଜଳୁଛି । ମେଡିକାଲ କର୍ମଚାରୀ ନିଆଁକୁ ତୁରନ୍ତ ଆୟତ୍ତ କରିଥିଲେ। ଏଥିରେ କୌଣସି ରୋଗୀ ଆହତ ହୋଇ ନାହାନ୍ତି।

ତେବେ କିପରି ନିଆଁ ଲାଗିଲା କାରଣ ଜଣାପଡି ନାହିଁ। ମେଡିକାଲର କାଜୁଆଲଟିରେ କେଉଁ କାରଣରୁ ନିଆଁ ଲାଗିଯାଇଥିଲା ଚାହୁଁ ଚାହୁଁ ଏହା ହଠାତ୍ ବ୍ୟାପିଯାଇଥିଲା । ପ୍ରବଳ ଧୂଆଁ ବାହାରୁଥିବା ଦେଖି ମେଡିକାଲ ପରିସରରେ ହୋହଲ୍ଲା ଦେଖାଯାଇଥିଲା । ଏହାପରେ ଅଗ୍ନିଶମକୁ ଖବର ଦିଆଯାଇଥିଲା ଖବରପାଇ ପହଞ୍ଚି ବହୁ କସରତ ପରେ ନିଆଁକୁ ଆୟତ୍ତ କରିଥିଲେ ।

ସୁରକ୍ଷା ଦୃଷ୍ଟିରୁ ରୋଗୀଙ୍କୁ ଅନ୍ୟ ଓ୍ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏସି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ସୁରକ୍ଷା କର୍ମୀମାନେ ନିଆଁକୁ ଆୟତ୍ତ କରିଦେଛନ୍ତି । କାହାର କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *