Fri. Oct 24th, 2025

ନ୍ୟୁଜ ଡେସ୍କ: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୧୭ ଛାତ୍ରଙ୍କ ବିରୋଧରେ ଆକ୍ସନ୍ ନେଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କତ୍ତୃପକ୍ଷ । ଘଟଣାରେ ସଂପୃକ୍ତ ଥିବା ୪ ଜଣ ଛାତ୍ରଙ୍କୁ ସପ୍ତାହେ ମଧ୍ୟରେ ହଷ୍ଟେଲ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅବଶିଷ୍ଟ ଅନ୍ୟ ୧୩ ଜଣଙ୍କୁ ୧ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି। ଏଥିସହ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁଳପତି ଚେତାଇ ଦେଇଛନ୍ତି। ତେବେ ସୂଚନା ମୁତାବକ, ଗତ ମାସ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ଦ୍ୱିତୀୟ ବର୍ଷ ଛାତ୍ରମାନେ ମାନସିକ ନିର୍ଯାତନା ସହ ରାଗିଂ କରିଥିବା ଘଟଣା ସାମନାକୁ ଆସିଥିଲା।

ଏନେଇ ପୀଡ଼ିତ ୟୁଜିସିର ଆଣ୍ଟିରାଗିଂ ସେଲ୍ରେ ଅଭିଯୋଗ କରିଥିଲେ। ୟୁଜିସି ପକ୍ଷରୁ ୨୨ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *