Sat. Feb 21st, 2026

ନ୍ୟୁଜ ଡେକ୍ସ: ଭଦ୍ରକର ରମ୍ଭିଳା ନିକଟରେ ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ ଟ୍ରେନରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ବ୍ରେକ ବାଇଣ୍ଡିଂରେ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଟ୍ରେନଟି ଯାଉଥିବାବେଳେ ସେଥିରେ ନିଆଁ ଲାଗି ଯାଇଥିଲା।

ତେବେ ସୂଚନା ମୁତବକ, ଏକ୍ସପ୍ରେସଟି ଟ୍ରେନଟି ଦିବ୍ରୁଗଡ଼ରୁ କନ୍ୟାକୁମାରୀ ଯାଉଥିଲା। ରାଣୀତାଲ ନିକଟରେ ଟ୍ରେନର ଏକ ବଗିରୁ ଧୂଆଁ ବାହାରୁଥିବା ଗେଟ୍ କିପର ଦେଖିଥିଲେ। ଏନେଇ ତୁରନ୍ତ ଷ୍ଟେସନ ମାଷ୍ଟରକୁ ଜଣାଇବା ସହ ଲୋକ ପାଇଲଟକୁ ଜଣାଇଥିଲେ। ପରେ ରମ୍ଭିଳା ନିକଟରେ ଟ୍ରେନଟି ଅଟକାଯାଇ ରେଲୱେ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲା।

ତେବେ ରେଳବାଇ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଏହାଫଳରେ ପ୍ରାୟ ୨୦ ମିନିଟ୍ ବିଳମ୍ବରେ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଛାଡ଼ିଥିଲା। ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ଏବଂ ବିଶେଷ କ୍ଷୟକ୍ଷତି ଘଟିନଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *