Thu. Oct 23rd, 2025

ନ୍ୟୁଜ ଡେକ୍ସ: ବହୁ ଚର୍ଚ୍ଚିତ ମାଲକାନଗିରି ପିଏ ମୃତ୍ୟୁ ମାମଲାରେ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ଏନବିଡବ୍ଲ୍ୟୁ। କୋର୍ଟରେ ହାଜର ନହେବାରୁ ଜାମିନ ବିହିନ ଗିରଫ ପରୱାନା (NBW) ଜାରି କଲେ ଏସ୍‌ଡିଜେଏମ୍‌ କୋର୍ଟ। ପ୍ରକୃତରେ ବାରମ୍ବାର ସମନ ପରେ କୋର୍ଟରେ ହାଜର ନହୋଇ ସମୟ ପରେ ସମୟ ଗଡ଼ାଉଥିଲେ ମନୀଷ ଅଗ୍ରୱାଲ ଓ ତାଙ୍କ ସହଯୋଗୀ ।

ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବର ୨୭ରେ ସନ୍ଦେହଜନକ ଭାବେ ନିଖୋଜ ହୋଇଯାଇଥିଲେ ତତ୍କାଳୀନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା। ଦିନକ ପରେ ମାଲକାନଗିରି ସତିଗୁଡ଼ା ଜଳଭଣ୍ଡାରରୁ ଦେବ ନାରାୟଣ ପଣ୍ଡାଙ୍କ ମୃତ ଦେହ ଠାବ ହୋଇଥିଲା। ଆଉ ଦେବ ନାରାୟଣଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ପତ୍ନୀ ବନଜା ପଣ୍ଡା ।

ପ୍ରଥମେ ମାଲକାନଗିରି କୋର୍ଟ ପରେ ହାଇ କୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ବର୍ତ୍ତମାନ ମାଲକାନଗିରି ଏସଡିଜେଏମ କୋର୍ଟରେ ଶୁଣାଣି ପାଇଁ ମନୀଷ ଅଗ୍ରୱାଲ ଓ ତାଙ୍କ ୩ ସହଯୋଗୀ ଅବସରପ୍ରାପ୍ତ ଓଆରଏସ୍ ଅଧିକାରୀ ଭଗବାନ ପାଣିଗ୍ରାହୀ, ଡାଟା ଏଣ୍ଟ୍ରି ଅପରେଟର ଭି.ବେଣୁ ଓ ଷ୍ଟେନୋ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କୁ ଏସଡିଜେଏମ କୋର୍ଟ ବାରମ୍ବାର ସମନ କରିଥିଲେ ସୁଦ୍ଧା ସେମାନେ ସମୟ ଗଡ଼ାଇଚାଲିଥିଲେ। ଏମିତିରେ ସୋମବାର ସେମାନଙ୍କ ବିରୋଦରେ ଜାମିନ ବିହୀନ ଗିରଫ ପରଓ୍ବାନା ବା ଏନବିଡବ୍ଲୁ ଜାରି କରିଛନ୍ତି ମାଲକାନଗିରି ଏସଡିଜେଏମ୍।

Leave a Reply

Your email address will not be published. Required fields are marked *