Mon. Dec 23rd, 2024

ନ୍ୟୁଜ ଡେକ୍ସ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ବାହାରିଛନ୍ତି। ଗସ୍ତ ପୂର୍ବରୁ ଭୁବନେଶ୍ବର ବିମାନବନ୍ଦର ପରିସରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ନିବେଶ ପାଇଁ ଓଡ଼ିଶା ସମ୍ପର୍ଣ୍ଣ ପ୍ରସ୍ତୁତ ଅଛି।

ଏଠାରେ, ନିବେଶକମାନଙ୍କୁ ସମସ୍ତ ପ୍ରକାରର ସହଯୋଗ ଓ ସୁଯୋଗ ଦେବେ ଓଡ଼ିଶା ସରକାର। ସିଙ୍ଗାପୁରର ବିଭିନ୍ନ ଶିଳ୍ପପତିମାନଙ୍କୁ ଏକଥା କୁହାଯାଇ ଓଡ଼ିଶା ପ୍ରତି ଆକୃଷ୍ଟ କରାଯିବ । ସୂଚନା ମୁତାବକ , ଆସନ୍ତା ୨୦୨୫ ଜାନୁଆରୀ ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା’ ସମାବେଶରେ ସାମିଲ ହେବା ପାଇଁ ପୁଞ୍ଜିପତିଙ୍କୁ ଆମନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ |

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଶିଳ୍ପାୟନ ପାଇଁ ସିଙ୍ଗାପୁର ପ୍ରସିଦ୍ଧ। ସେଠାରେ କେମିକାଲସ, ପେଟ୍ରୋ କେମିକାଲ୍ସ, ଗ୍ରୀନ ଏନର୍ଜି, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ବିଶ୍ୱର ବଡ଼ ବଡ଼ କମ୍ପାନୀ କାମ କରୁଛନ୍ତି। ସେହି କମ୍ପାନୀର ଶୀର୍ଷ ନେତୃତ୍ୱଙ୍କ ସହ ଓଡ଼ିଶା ଆଲୋଚନା କରିବ।

Leave a Reply

Your email address will not be published. Required fields are marked *