ନ୍ୟୁଜ ଡେକ୍ସ: ରାଜଧାନୀ ଭୁବନେଶ୍ୱର ଓୟୁଏଟିରେ ଜଣ୍ଡିସ୍ ବ୍ୟାପିବା ପରେ ୱାଟକୋ, ଓୟୁଏଟିକୁ ଏକ ଟିମ୍ ପଠାଇଥିବା ଗୁରୁବାର ଜଣାପଡିଛି । ୱାଟକୋ ଜେନେରାଲ୍ ମ୍ୟାନେଜରଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଯାଇଛି । କେଉଁ ପାଣି ଦୂଷିତ ହୋଇଛି ଯାଞ୍ଚକରିବ ଟିମ୍ । ପାଇପଲାଇନ ପାଣି ଦୂଷିତ କି ନାହିଁ ନିରୀକ୍ଷଣ କରିବ ଟିମ୍ ।
ତେବେ ସୂଚନା ମୁତାବକ, ଗତକାଲି ଓୟୁଏଟି ପରୀକ୍ଷା ପାଇଁ ପାଣି ଆଣିଥିଲା l ପରୀକ୍ଷା ପରେ ନମୁନା ସମ୍ପୂର୍ଣ୍ଣ ଠିକ ଅଛି l କିନ୍ତୁ ଜଣ୍ଡିସ ପରୀକ୍ଷା ପାଇଁ ଆରଡବ୍ଲୁଏସଏସକୁ ଦିଆଯାଇଛି ବୋଲି ସୂଚନା ଆଦେଇଛନ୍ତି ୱାଟକୋର ଏମଡି ଗୁରୁ ଚରଣ ଦାଶ l ଓୟୁଏଟିରେ ଏ ଯାଏଁ ପାଞ୍ଚ ଜଣଙ୍କୁ ଜଣ୍ଡିସ ହୋଇଛି l ସେମାନଙ୍କୁ ସଂଘରୋଧ କରି ଚିକିତ୍ସା ଦିଆଯାଉଛି l ସେମାନଙ୍କୁ ସୁସ୍ଥ ହେବାରେ କିଛି ସମୟ ଲାଗିବ l ଅନ୍ୟ ଯେଉଁମାନଙ୍କ ଠାରେ ଲକ୍ଷଣ ଦେଖାଯାଇଛି, ସେମାନଙ୍କ ରକ୍ତ ପରୀକ୍ଷା ହୋଇଛି l
ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର l ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଣ୍ଡିସ ଖବର ଆସିବା ପରେ ପ୍ରଥମେ ପାଣି ପରୀକ୍ଷା ହୋଇଛି l ତେବେ ଏ ଜଣ୍ଡିସ ହେପାଟାଇଟିସ-A, ଯାହା ଖାଦ୍ୟ ଓ ପାଣିରୁ ହୁଏ l ହଷ୍ଟେଲ ଖାଦ୍ୟରୁ ଯଦି ହୋଇଥାନ୍ତା, ତେବେ ସମସ୍ତଙ୍କୁ ଜଣ୍ଡିସ ହୋଇଥାନ୍ତା l ତେଣୁ ହୁଏତ ସେମାନେ ସମାନ ସ୍ଥାନରୁ ଖାଇଛନ୍ତି ବା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇଛି ବୋଲି କହିଛନ୍ତି ଡାକ୍ତର ମିଶ୍ର l