Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭଞ୍ଜନଗର ପୁଲିସକୁ ବଡ଼ ସଫଳତା। ଏକାଥରକେ ୭ଟି ପିସ୍ତଲ, ୧୫ ରାଉଣ୍ଡ୍ ଜୀବନ୍ତ ଗୁଳି, ଏବଂ ୨ଟି କାତି ଜବତ କରିବା ସହ ୯ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଏବେ ସୁଦ୍ଧା ଗତ ୨ ମାସ ଭିତରେ ଭଞ୍ଜନଗର ପୁଲିସ ୧୨ଟି ପିସ୍ତଲ ଜବତ କରିବା ସହ ବହୁ ହାର୍ଡକୋର୍ ଅପରାଧୀକୁ ଧରିବାରେ ସକ୍ଷମ ହୋଇଛି।

ଗଞ୍ଜାମ ପୁଲିସ ଜିଲ୍ଲାରେ ଭଞ୍ଜନଗର ପୁଲିସର ଏହା ସବୁଠାରୁ ବଡ଼ ଅପରେସନ ବୋଲି ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ସୂଚନା ଦେଇଛନ୍ତି। ଏସପିଙ୍କ ସୂଚନା ଅନୁଯାୟୀ, ସୋମବାର ସ୍ଥାନୀୟ ପୋଲିସ ଏସଆଇ ଲକ୍ଷ୍ମୀଧର ମହାନ୍ତି କିଛି ଷ୍ଟାଫ୍‌ଙ୍କୁ ନେଇ ଜିଲୁଣ୍ଡି ଇଲାକାରେ ସକାଳ ସାଢେ ୧୦ଟାରେ ପାଟ୍ରୋଲି° କରୁଥିବା ବେଳେ କେତେକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଜିଲୁଣ୍ଡି ତାରିଣୀ ମନ୍ଦିରରେ ଚଢାଉ କରିଥିଲେ। ଆଉ ପୋଲିସକୁ ଦେଖି ଅପରାଧୀମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ।

ପୋଲିସ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଆଉ ଏମାନଙ୍କ ଠାରୁ ସୂଚନା ପାଇ ପରେ ଲଣ୍ଡେଇ ସାହିର ଏକ ଘରେ ଚଢାଉ କରି ଅନ୍ୟ ୫ ଜଣକୁ ଗିରଫ କରିଥିଲା। ଏମାନଙ୍କ ନିକଟରୁ ପୁଲିସ ୨ଟି ୯ ଏମ୍‌ଏମ୍ ପିସ୍ତଲ୍, ୨ଟି ଦେଶୀ ସିଙ୍ଗଲ୍ ସଟ୍ ପିସ୍ତଲ୍, ଗୋଟିଏ ୭.୬୨ ଏମ୍‌ଏମ୍ ପିସ୍ତଲ୍ ଓ ୨ଟି ପ୍ଳାଷ୍ଟିକ୍ ଲାଇଟର୍ ପିସ୍ତଲ୍ ସହ ୧୫ଟି ଜୀବନ୍ତ ଗୁଳି, ୨ଟି କାତି ଜବତ କରିଛି। ଏମାନଙ୍କ ମଧ୍ୟରୁ ୫ ଜଣ ପେଶାଦାର ଅପରାଧୀଙ୍କ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *