Sun. Feb 22nd, 2026

ନ୍ୟୁଜ ଡେକ୍ସ : ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅଧୀନ ନନ୍ଦପାଟଣା ଗ୍ରାମରେ ଜଣେ ୩ ମାସର ଶିଶୁକନ୍ୟାର ପୋଲିଓ ଟୀକା ନେବା ପରେ ମୃତ୍ୟୁ ଘଟିଥିବା ଅଭିଯୋଗ ଉଠିଛି। ଏହି ଘଟଣା ଅଞ୍ଚଳରେ ଚିନ୍ତା ଓ ଆତଙ୍କ ସୃଷ୍ଟି କରିଛି।ସୂତ୍ର ଅନୁସାରେ, ନନ୍ଦପାଟଣା ଗ୍ରାମର ରାଜାରାମ ଜାନାଙ୍କ ୩ ମାସର ଶିଶୁକନ୍ୟା ସୋମବାର ଦିନ ସକାଳ ୧୧ଟା ବେଳେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ପୋଲିଓ ଟୀକା ନେଇଥିଲେ।

ସନ୍ଧ୍ୟାବେଳେ ଶିଶୁଟି ଜ୍ୱରରେ ପୀଡିତ ହୋଇ ଅସ୍ବସ୍ଥ ହୋଇପଡିଥିଲା। ପରେ ରାତିରେ ତାହାର ସ୍ୱାସ୍ଥ୍ୟ ଅଧିକ ଅବନତି ହେବାରୁ ପରିବାରଲୋକେ ଆତଙ୍କିତ ହୋଇଥିଲେ।ମଙ୍ଗଳବାର ସକାଳେ ଶିଶୁକନ୍ୟା ନିଶ୍ୱାସ ନେଉନଥିବା ଦେଖି ପରିବାରଲୋକେ ତୁରନ୍ତ ବାସୁଦେବପୁର ଡାକ୍ତରଖାନାକୁ ନେଇଯାଇଥିଲେ। ହେଲେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ।ଏହି ଦୁଃଖଦ ଘଟଣା ପରେ ଶିଶୁକନ୍ୟାର ପରିବାରଲୋକେ ପୋଲିଓ ଟୀକାକୁ ଦାୟୀ କରି ନାୟକାଣୀଡ଼ିହି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୋଲିସ ଅଭିଯୋଗ ଅନୁଯାୟୀ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏହି ଘଟଣା ଉପରେ ଗଭୀର ତଦନ୍ତ ଚାଲିଛି। ସେମାନେ କହିଛନ୍ତି ଯେ ପୋଲିଓ ଟୀକା ସାଧାରଣତଃ ସୁରକ୍ଷିତ ଥାଏ, କିନ୍ତୁ ଶିଶୁର ମୃତ୍ୟୁର ନିଜସ୍ୱ କାରଣ ଜାଣିବା ପାଇଁ ମୃତଦେହର ପୋଷ୍ଟମର୍ଟମ ହେବ।ଏପରି ଦୁଃଖଦ ଘଟଣାରେ ଗାଁ ଓ ଅଞ୍ଚଳରେ ଶୋକ ଛାଇଛି, ଏବଂ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *