Mon. Dec 23rd, 2024

ନ୍ୟୁଜ ଡେକ୍ସ: ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲା । ଆସିଲା ନିଲମ୍ବିତ ୫ ପୋଲିସ ଅଧିକାରୀଙ୍କ ସାଇଣ୍ଟିଫିକ୍ ରିପୋର୍ଟ । କ୍ରାଇମବ୍ରାଞ୍ଚ ହାତରେ ହସ୍ତଗତ ହୋଇଛି ଗୁଜରାଟ ଡିଏଫଏସଏଲର ରିପୋର୍ଟ । ପୂର୍ବତନ ଆଇଆଇସି ଦୀନକୃଷ୍ଣଙ୍କ ବି ଟେଷ୍ଟ ରିପୋର୍ଟ ଆସିଛି । ପଲିଗ୍ରାଫ ଟେଷ୍ଟ ରିପୋର୍ଟ ସହ ନାର୍କୋ ଓ ବ୍ରେନ୍ ମ୍ୟାପିଂ ରିପୋର୍ଟ ହସ୍ତଗତ ହୋଇଛି ।

ଏହାର ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ଅନ୍ୟପଟେ ସେନା ଅଧିକାରୀ ଓ ପୀଡ଼ିତାଙ୍କ ମୋବାଇଲର ଫୋନ୍‌ର ଏସ୍‌ଏଫ୍‌ଏସଏଲ୍‌ରୁ ରିପୋର୍ଟ ଆସିନାହିଁ। ଉଭୟ ରିପୋର୍ଟକୁ ଅନୁଧ୍ୟାନ ଓ ଯାଞ୍ଚ କରି ମାମଲା ଉପରୁ ଖୁବଶୀଘ୍ର ପରଦା ହଟାଇବା ପାଇଁ ତଦନ୍ତକାରୀ ସଂସ୍ଥା ଯୋଜନା କରିଛି। ସୂଚନା ଅନୁସାରେ, ଗୁଜୁରାଟ ଫରେନସିକ୍ ଲାବ୍‌ରେ ଭରତପୁର ଥାନା ଅଧିକାରୀଙ୍କର ଫରେନସିକ୍ ଓ ପଲିଗ୍ରାଫ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ ।

ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ର ବ୍ରେନମ୍ୟାପିଂ, ପଲିଗ୍ରାଫ ଓ ନାର୍କୋଟେଷ୍ଟ କରାଯାଇଥିଲା । ସେହିପରି ତିନି ଜଣ ଏସ୍‌ଆଇ ଓ ଜଣେ ଏଏସ୍‌ଆଇଙ୍କର ପଲିଗ୍ରାଫ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ଗତ ଦୁଇ ଦିନ ତଳେ କ୍ରାଇମବ୍ରାଞ୍ଚ ହାତରେ ଫରେନସିକ୍ ରିପୋର୍ଟ ହସ୍ତଗତ ହୋଇଥିବା ବେଳେ ଆଜି ସାଇଣ୍ଟିଫିକ୍ ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇଛି ।

Leave a Reply

Your email address will not be published. Required fields are marked *