ନ୍ୟୁଜ ଡେସ୍କ: ଲରେନ୍ସ ଗ୍ୟାଙ୍ଗଙ୍କ ଟାର୍ଗେଟ୍ରେ ଅଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ୍। ତାଙ୍କୁ ହତ୍ୟା କରିବାକୁ ବାରମ୍ବାର ଧମକ ଦେଉଛନ୍ତି ଗ୍ୟାଙ୍ଗଷ୍ଟର। କିଛି ଦିନ ପୂର୍ବେ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳି ଚାଳନା ହୋଇଥିଲା।
ବର୍ତ୍ତମାନ ଏହାର କିଛି ମାସ ପରେ ତାଙ୍କ ପିତା ସଲିମ ଖାନଙ୍କୁ ବୁର୍ଖା ପିନ୍ଧିଥିବା ଜଣେ ମହିଳା ଧମକ ଦେଇଛନ୍ତି। ସଲିମ ଖାନ ମର୍ଣ୍ଣିଂ ୱାକ୍ ପାଇଁ ବାହାରକୁ ଯାଉଥିବା ସମୟରେ ଜଣେ ଅଜ୍ଞାତ ମହିଳା ତାଙ୍କ ପାଖକୁ ଆସି ମାରିଦେବା ଧମକ ଦେଇ କହିଥିଲେ। ସଲମାନଙ୍କ ପରିବାରକୁ ପୁଣି ଥରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଣ୍ଣୋଇ ଡରାଇବାକୁ ଚେଷ୍ଟା କରିଛି। ସୂଚନା ମୁତାବକ, ପ୍ରତିଦିନ ଭଳି ବୁଧବାର ତଥା ସେପ୍ଟେମ୍ବର ୧୮ ତାରିଖ ସକାଳେ ମଧ୍ୟ ସଲିମ ଖାନ୍ ମର୍ଣ୍ଣିଂ ଓ୍ୱାକ୍ରେ ଯାଇଥିଲେ। ଯେତେବେଳେ ସେ ଚୌକିରେ ବସିଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ସ୍କୁଟିରରେ ଗାଲାକ୍ସି ପାର୍ଶ୍ୱରୁ ବ୍ୟାଣ୍ଡଷ୍ଟାଣ୍ଡ ଆଡକୁ ଯାଉଥିଲେ ଏବଂ ବୁର୍ଖା ପିନ୍ଧିଥିବା ଜଣେ ମହିଳା ତାଙ୍କ ପଛରେ ବସିଥିଲେ। ସେ ଏକ ୟୁ-ଟର୍ଣ୍ଣ ନେଇ ସଲିମ ଖାନଙ୍କ ନିକଟକୁ ଆସିଥିଲେ।
ଯେତେବେଳେ ଯୁବକଙ୍କୁ ପଚରାଉଚରା କରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ସେ ମୁମ୍ବାଇର ବାନ୍ଦ୍ରା ବାସିନ୍ଦା। ତାଙ୍କ ନାମ ମୋହିଉଦ୍ଦିନ। ସେ ଜଣେ କଲେଜ ଛାତ୍ର। ଅନ୍ୟପଟେ ସଲମାନ ଖାନ୍ ବର୍ତ୍ତମାନ ମୁମ୍ବାଇରେ ନାହାନ୍ତି। ଗତକାଲି ରାତିରେ ମୁମ୍ବାଇ ବିମାନବନ୍ଦରରେ କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଦେଖିବାକୁ ମିଳିଥିଲା। ଅଭିନେତା ସହରରେ ନଥିବା ସମୟରେ ତାଙ୍କ ବାପା ସଲିମ ଖାନଙ୍କ ପାଇଁ ଲରେନ୍ସ ବିଷ୍ଣୋଇର ଏଭଳି ଧମକ ଭାଇଜାନଙ୍କ ଫ୍ୟାନ୍ମାନଙ୍କୁ ଚିନ୍ତିତ କରି ଦେଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ବହୁ ଥର ସଲମାନ ଓ ତାଙ୍କ ପରିବାରକୁ ଧମକ ମିଳି ସାରିଛି।