ନ୍ୟୁଜ ଡେକ୍ସ: ବାଲିଅନ୍ତା ଥାନା ସୁବାଳ ଗାଁରେ ଅଭାବନୀୟ ଘଟଣା। ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଭାଇ-ଭଉଣୀ। ପୋଖରୀ ନିକଟରେ ଖେଳୁଥିବା ବେଳେ ଗୋଡ ଖସିଯିବାରୁ ପଡ଼ିଯାଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ପହଞ୍ଚି ତେବେ ଉଭୟଙ୍କୁ ଊର୍ଦ୍ଧ୍ବାର କରି ମେଡିକାଲରେ ଭର୍ତ୍ତି କରିଥିଲା।
ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଭାଇଭଉଣୀଙ୍କ ବୟସ ୧୨ ଓ ୮ ବର୍ଷ ହୋଇଥିବା ସୂଚନା ରହିଛି। ତେବେ ସୂଚନା ମୁତାବକ, ଆଜି ସକାଳେ ଭାଇଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା କାରଣରୁ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ୨ଛୁଆଙ୍କୁ ନ ପାଇ ଚାରିଆଡେ ଖୋଜାଖୋଜି କରିଥିଲେ। ପରେ ପୋଖରୀ କୂଳରେ ଉଭୟଙ୍କ ଜୋତା ପଡ଼ିଥିବା ଦେଖିଥିଲେ।
ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ପରିବାର ଲୋକେ। ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରୁ ୨ ଛୁଆଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରି ଦିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଭାଇଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବାପାମା’ ପୁଅଝିଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି।
