ନ୍ୟୁଜ ଡେକ୍ସ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାଖୀ ବାନ୍ଧି ଶୁଭ ମନାସିବ ଭଉଣୀ । ସବୁ ଦିନ ପାଇଁ ଭାଇ ପାଖରୁ ସୁରକ୍ଷା ଲୋଡ଼ିବ । ରାଖୀରେ ପ୍ରତ୍ୟେକ ଭଉଣୀର ମନ ଉପହାରରେ ଥାଏ । ଭାଇକୁ କ’ଣ ମାଗିବି ବୋଲି ଆଗୁଆ କରିସାରିଥାଏ ଯୋଜନା । ସେହିକଥାକୁ ଧ୍ୟାନରେ ରଖି ଭାଇମାନେ ମଧ୍ୟ ପ୍ରିୟ ଭଉଣୀ ପାଇଁ କିଣିଛନ୍ତି ଭଳିକି ଭଳି ଉପହାର ।
ଭାଇ ଭଉଣୀ ମଧ୍ୟରେ ଥିବା ପ୍ରେମ, ସ୍ନେହ, ଶ୍ରଦ୍ଧା ଆଉ ବିଶ୍ୱାସର ପ୍ରତୀକ ରାଖି । ଯେତେ ଦୂରରେ ଥିଲେ ମଧ୍ୟ ଭଉଣୀର ସ୍ନେହ ଆଗରେ ଆପେ ଆପେ ଚାଲି ଆସେ ଭାଇ । ଭାଇ ହାତରେ ରାଖି ବାନ୍ଧିବା ପାଇଁ ପ୍ରତିବର୍ଷ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି ଉଭୟ ଭାଇ ଓ ଭଉଣୀ । ପିତଳ ଥାଳିରେ ଧୂପ, ଦ୍ୱୀପ, ଚନ୍ଦନ, ମିଠା ସହିତ ସମ୍ପର୍କର ରେଶମ ଡୋରୀ ରାଖିକୁ ଭାଇ ହାତରେ ବାନ୍ଧିଥାଏ ଉଭଣୀ ।ରେଶମ ଡୋରୀରେ ବନ୍ଧା ଏହି ବନ୍ଧନରେ ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଥାଏ ଭାଇ ।
ଆଜିର ଏହି ପବିତ୍ର ଦିନଟି ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ । ରାକ୍ଷୀ ପୂର୍ଣ୍ଣିମାକୁ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମ ଦିବସ ଭାବେ ମଧ୍ୟ ପାଳନ କରାଯାଉଛି । ଗାଁର ଚାଷୀ ପୁଅ ମଧ୍ୟ ବଳଦଙ୍କୁ ଗାଧୁଆ ପାଧୁଆ କରି ହଳଦି ଲଗାଇ ରାଖି ବନ୍ଧିବା ସହ ବନ୍ଦାପନା କରି ପିଠା ଖୁଆଇଥାନ୍ତି । ଘର ସମ୍ମୁଖରେ ଗୋଟା ଓଉକୁ ପୋତା ଯାଇଥାଏ । ଆଉ ବଳଦଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ ।
