Thu. Oct 23rd, 2025

ନ୍ୟୁଜ ଡେକ୍ସ: ବଜ୍ରାଘାତରେ ଭାଙ୍ଗିଗଲା ମହିମା ଗାଦିର ଦଧିନଉତି। ଯୋରନ୍ଦା ମହିମା ଗାଦିର ଦଧିନଉତି ଭାଙ୍ଗିଯାଇଛି। ମୁଖ୍ୟ ଗାଦି ମନ୍ଦିରର ପୂର୍ବ ମୁଖଶାଳା ଦଧିନଉତି ଭାଙ୍ଗିଯାଇଛି। ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ବଜ୍ରପାତ ପଡି ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି ।

ଘଟଣା ସମ୍ପର୍କରେ ଜାଣିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛିକି କିଛି ଭୟଙ୍କର ବିପଦ ମାଡି ଆସିବ କି? ଦଧିନଉତି ଭାଙ୍ଗିବା ଅଶୁଭ ବୋଲି ସାଧାରଣରେ ଚର୍ଚ୍ଚା କରାଯାଉଛି।ମଙ୍ଗଳବର ମାଘ ଶୁକ୍ଳ ଚତୁର୍ଦଶୀ, ବୁଧବାର ପୂର୍ଣ୍ଣମୀ ଏବଂ ୧୩ ତାରିଖ ଗୁରୁବାର ପ୍ରତିପଦା ୩ ଦିନ ଧରି ଝାଡଦୀପ ପ୍ରଜ୍ବଳନ ହୋଇଥିଲା।

ରାଜ୍ୟର ବିଭିନ୍ନ ସ୍ଥାନରୁ ମହିମା ସାଧୁମାନେ ଗାଦିରେ ବସିଥିଲେ। ମାଘ ଶୁକ୍ଳ ଚତୁର୍ଦଶୀ ଏବଂ ପୂର୍ଣ୍ଣମୀ ଦୁଇ ଦିନ ଧରି ଗାଦି ମନ୍ଦିରର ଚାରି ମୁଖଶାଳାରେ ବୃହତ୍ ଝାଡଦୀପ ପ୍ରଜ୍ବଳନ କରାଯାଇଥିଲା। ଅନ୍ୟପଟେ ତୁରନ୍ତ ଏହାର ମରାମତି ପାଇଁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *