Thu. Oct 23rd, 2025
Oplus_131072

ନ୍ୟୁଜ ଡେକ୍ସ: ଇରାନ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ତାର ବନ୍ଧୁ ଭାରତକୁ କ୍ଷମା ମାଗିଛି। ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ (IDF) ଏକ ବଡ଼ ଭୁଲ କରିଛି। ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଇରାନର ବିପଦକୁ ଦର୍ଶାଉଥିବା ଏକ ମାନଚିତ୍ର ଉପସ୍ଥାପନ କରିଥିଲା। ଇସ୍ରାଏଲୀ ସେନାର ସରକାରୀ ହ୍ୟାଣ୍ଡେଲରୁ କରାଯାଇଥିବା ଏହି ପୋଷ୍ଟରେ ଭାରତର ଜମ୍ମୁ ଏବଂ କାଶ୍ମୀରକୁ ପାକିସ୍ତାନର ଅଂଶ ଭାବରେ ଦର୍ଶାଯାଇଥିଲା।

ମାନଚିତ୍ରରେ ଇରାନୀ କ୍ଷେପଣାସ୍ତ୍ରର ପରିସର ସଠିକ୍ ଭାବରେ ଦର୍ଶାଯାଇଥିବା ବେଳେ ଭାରତର ସୀମାକୁ ଭୁଲ ଭାବରେ ଦର୍ଶାଯାଇଥିଲା। ମାନଚିତ୍ରରେ ଜମ୍ମୁ ଏବଂ କାଶ୍ମୀରକୁ ପାକିସ୍ତାନର ଅଂଶ ଏବଂ ଅରୁଣାଚଳ ପ୍ରଦେଶକୁ ଚୀନର ଅଂଶ ଭାବରେ ଦର୍ଶାଯାଇଥିଲା। ଆହୁରି ମଧ୍ୟ ଉତ୍ତର-ପୂର୍ବ ଅଞ୍ଚଳକୁ ନେପାଳ ସହିତ ଯୋଡି ଦିଆଯାଇଥିଲା। ଏହା ସେୟାର ହେବା ମାତ୍ରେ ହିଁ ସୋସିଆଲ ମିଡିଆରେ ୟୁଜର୍ସ ଭୁଲଗୁଡ଼ିକୁ ତୁରନ୍ତ ଚିହ୍ନଟ କରିବା ସହ ଖୁବ୍ ଟ୍ରୋଲ କରିଥିଲେ। ତେବେ ଏହାକୁ ନେଇ ସୋସିଆଲ ମିଡିଆ ସାଇଟ ‘ଏକ୍ସ’ରେ ମଧ୍ୟ ୟୁଜର୍ସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ୟୁଜର୍ସମାନେ ଇସ୍ରାଏଲକୁ ଭାରତର ମାନଚିତ୍ରକୁ ସଂଶୋଧନ କରିବାକୁ ଅନୁରୋଧ କରିଥିବା ବେଳେ କେହି କେହି ଏହି ମାନଚିତ୍ର ଉପରେ ନିଜ ଆପତ୍ତି ପ୍ରକାଶ କରିଛନ୍ତି।

ଆଉ କିଛି ଏହାକୁ ସଂଶୋଧନ କରିବାକୁ ମଧ୍ୟ ଦାବି କରିଥିଲେ। ବଢ଼ୁଥିବା ସମାଲୋଚନା ମଧ୍ୟରେ, ନୂଆଦିଲ୍ଲୀରେ ଇସ୍ରାଏଲୀ ରାଷ୍ଟ୍ରଦୂତ ରୁଭେନ୍ ଆଜାର Xରେ କହିଛନ୍ତି ଯେ ଏହା ଏକ ଅନିଚ୍ଛାକୃତ ଭୁଲ ଥିଲା ଏବଂ ଏହାକୁ ସଂଶୋଧନ କରିବାକୁ କୁହାଯାଇଛି। IDF ଶେଷରେ ସାର୍ବଜନୀନ ଭାବରେ କ୍ଷମା ମାଗିଛି। ପୋଷ୍ଟର ଉତ୍ତର ଦେଇ, IDF ଲେଖିଛି, ‘ଏହି ପୋଷ୍ଟ କ୍ଷେତ୍ରର ଚିତ୍ରଣ। ଏହି ମାନଚିତ୍ର ସୀମାକୁ ସଠିକ୍ ଭାବରେ ଦେଖାଇବାରେ ବିଫଳ ହୋଇଛି। ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ।’

Oplus_131072

Leave a Reply

Your email address will not be published. Required fields are marked *