Fri. Oct 24th, 2025

ନ୍ୟୁଜ ଡେକ୍ସ: ଉତ୍ତର ପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ଲକ୍ଷ୍ନୌ ନୋଡ୍ରେ ବିଶ୍ୱର ସବୁଠାରୁ ଧ୍ୱଂସକାରୀ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ଉତ୍ପାଦନ ୟୁନିଟ୍ ଉଦଘାଟନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତର ଏହି ପ୍ରଥମ ମିଳିତ ପ୍ରତିରକ୍ଷା ପ୍ରକଳ୍ପର ଉଦଘାଟନ କରିଛନ୍ତି ।

‘ଅପରେସନ ସିନ୍ଦୂର’ ଏବେ ବି ଜାରି ରହିଥିବା, ସାନେ ପକ୍ଷରୁ ସୂଚନା ମିଳିବାର ଠିକ୍ କିଛି ସମୟ ପରେ ବ୍ରହ୍ମୋସ ୟୁନିଟ୍‌ ଉଦ୍‌ଘାଟନ ବେଳେ ଏହି ବଡ ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମନ୍ତ୍ରୀ କହିଛନ୍ତି, ଭାରତୀୟ ସେନା ସାହସ ଏବଂ ସଂଯମତା ପ୍ରଦର୍ଶନ କରିଛି । ପାକିସ୍ତାନର ଅନେକ ସାମରିକ ଘାଟି ଉପରେ ଆକ୍ରମଣ କରି ପାକିସ୍ତାନକୁ ଉଚିତ ଜବାବ ଦେଇଛି । ଭାରତ ମାତାର ମୁକୁଟ ଉପରେ ଆକ୍ରମଣ କରିଥିବା ଏବଂ ଅନେକ ପରିବାରରୁ ‘ସିନ୍ଦୂର’ ଲିଭାଇ ଦେଇଥିବା ଭାରତ ବିରୋଧୀ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଅପରେସନ୍ ସିନ୍ଦୂର ମାଧ୍ୟମରେ ଭାରତୀୟ ସଶସ୍ତ୍ର ବାହିନୀ ନ୍ୟାୟ ପାଇଲା।ତେଣୁ, ସମଗ୍ର ଦେଶ ଭାରତୀୟ ସଶସ୍ତ୍ର ବାହିନୀ ପ୍ରତି କୃତଜ୍ଞତା ପ୍ରକାଶ କରୁଛି।

ଅପରେସନ୍ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଭାରତର ରାଜନୈତିକ, ସାମାଜିକ ଏବଂ ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ । ଭାରତରେ ଆତଙ୍କବାଦୀ ଘଟଣା ଘଟିବା ଏବଂ ଘଟାଇବାର ପରିଣାମ କ’ଣ ହୁଏ ତାହା ଉରି ଘଟଣା ପରେ ସାରା ବିଶ୍ୱ ଦେଖିଥିଲା, ଯେତେବେଳେ ଆମ ସେନା ପାକିସ୍ତାନରେ ପ୍ରବେଶ କରି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା । ଏହା ବ୍ୟତୀତ ପୁଲୱାମା ଘଟଣା ପରେ ଯେତେବେଳେ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା ତାହା ମଧ୍ୟ ସାରା ବିଶ୍ୱ ଦେଖିଥିଲା । ଏବେ ପହଲଗାମ ଘଟଣା ପରେ ବିଶ୍ୱ ଦେଖୁଛି, ଭାରତ କେମିତି ପାକିସ୍ତାନ ଭିତରେ ପଶି ଅନେକ ଷ୍ଟ୍ରାଇକ୍ କରିଛି ।

ଆତଙ୍କବାଦ ବିରୁଦ୍ଧରେ ଜିରୋ ଟଲରେନ୍ସ ନୀତି ଆପଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ଯେ, ଏହା ନୂତନ ଭାରତ । ସୀମାର ଉଭୟ ପାର୍ଶ୍ୱରେ ଆତଙ୍କବାଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯେଉଁ ଭାରତ ବିରୋଧୀ ଏବଂ ଆତଙ୍କବାଦୀ ସଂଗଠନ ଭାରତ ମାତାର ମସ୍ତକରେ ଆକ୍ରମଣ କରି ଅନେକ ମହିଳାଙ୍କ ମଥାରୁ ସିନ୍ଦୂର ପୋଛି ଦେଇଥିଲେ ସେମାନଙ୍କୁ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଭାରତୀୟ ସେନା ନ୍ୟାୟ ଦେଇଛି । ଏଥିପାଇଁ ଆଜି ସାରା ଦେଶ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଉଛି ।

Leave a Reply

Your email address will not be published. Required fields are marked *