Thu. Oct 23rd, 2025

ନ୍ୟୁଜ ଡେକ୍ସ : ରୁଷଠାରୁ ତୈଳ କିଣିବା ପ୍ରସଂଗ ନେଇ ଭାରତ ଉପରେ ଅଗଷ୍ଟ ୨୭ ତାରିଖରୁ ଅତିରିକ୍ତ ଶୁଳ୍କ ଲାଗୁ କରିଛି ଆମେରିକା। ରୁଷ ସହ ଭାରତର ଭଲ ସଂପର୍କ ପାଇଁ ଏହା ଆମେରିକାର ପ୍ରତିଶୋଧାତ୍ମକ ପଦକ୍ଷେପ। ତେବେ ଏବେ ଜାଣିବାକୁ ମିଳୁଛି କି ଆମେରିକା ଭାରତ ଉପରେ ଲଗାଇଥିବା ସେହି ଦଣ୍ଡକୁ ପ୍ରତ୍ୟାହାର କରିବାକୁ ଚିନ୍ତା କରୁଛି।

ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଆସନ୍ତା ନଭେମ୍ବର ପରେ ହଟିପାରେ। ଗୁରୁବାର ଏହା କହିଛନ୍ତି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) ଭି. ଅନନ୍ଥା ନାଗେଶ୍ଵରନ।ନାଗେଶ୍ଵରର ଆକଳନ କରିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ସୁଧାର ଆସିବ ବୋଲି ତାଙ୍କର ଆଶା ରହିଛି।ଗତ ଅଗଷ୍ଟ ୨୭ରୁ ଆମେରିକା ଲାଗୁ କରିଥିବା ୨୭ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର ହୋଇପାରେ। କାରଣ ଗତ କିଛି ସପ୍ତାହ ହେବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ଏବଂ ଫୋନ ଜରିଆରେ ଅନେକ ସକାରାତ୍ମକ ଆଲୋଚନା ହୋଇଛି।

କୋଲକାତାରେ ମର୍ଚ୍ଚାଣ୍ଟସ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନାଗେଶ୍ୱରନ୍ ଏହି ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, “ଆମେ ସମସ୍ତେ ପୂର୍ବରୁ କାମ କରୁଛୁ ଏବଂ ମୁଁ ଏଠାରେ ଶୁଳ୍କ ବିଷୟରେ ଆଲୋଚନା କରିବାକୁ କିଛି ସମୟ ନେବି। ହଁ, ୨୫ ପ୍ରତିଶତ ପାରସ୍ପରିକ ଶୁଳ୍କ ଏବଂ ୨୫ ପ୍ରତିଶତ ଦଣ୍ଡ ଶୁଳ୍କ ଉଭୟ ଆଶା କରାଯାଇନଥିଲା।

Leave a Reply

Your email address will not be published. Required fields are marked *