Sat. Feb 21st, 2026

ନ୍ୟୁଜ ଡେକ୍ସ : ପଶ୍ଚିମ ରାଜସ୍ଥାନର ମରୁଭୂମିରୁ ଗୁଜରାଟର ସର କ୍ରିକ୍ ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ସୀମା ପୁଣିଥରେ ଯୁଦ୍ଧ ଆଭାସରେ ଗୁଞ୍ଜିଉଠିଛି। ଭାରତୀୟ ସେନା, ବାୟୁସେନା ଓ ନୌସେନାର ଯୁକ୍ତ ଅଭିଯାନ ‘ଅପରେସନ୍ ତ୍ରିଶୂଲ’ ଆଜିରୁ ଆରମ୍ଭ ହୋଇଛି। ଏହି ବିଶାଳ ସାମରିକ ଅଭ୍ୟାସ ୧୩ ଦିନ ଧରି, ଅର୍ଥାତ ନଭେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ।

ଏହି ଅଭ୍ୟାସ ଭାରତର ତିନି ସଶସ୍ତ୍ର ବାହିନୀଙ୍କ ଏକୀକୃତ ସାମରିକ ଶକ୍ତି ଏବଂ ସଂଯୋଜନ କ୍ଷମତାର ପ୍ରଦର୍ଶନ ହେବ। ଅଭିଯାନରେ ପ୍ରାୟ ୩୦ ହଜାର ସୈନିକ ସାମିଲ ହେବେ। ଏହା ଏପର୍ଯ୍ୟନ୍ତ ଭାରତ-ପାକିସ୍ତାନ ସୀମାରେ ହୋଇଥିବା ସବୁଠାରୁ ବଡ଼ ସାମରିକ ଅଭ୍ୟାସ ବୋଲି ସୂଚନା ମିଳିଛି।‘ଅପରେସନ୍ ତ୍ରିଶୂଲ’ ଅଭିଯାନରେ ଡିପ୍ ଷ୍ଟ୍ରାଇକ୍, ମଲ୍ଟି-ଡୋମେନ୍ ଯୁଦ୍ଧ, ଏବଂ ଏକୀକୃତ ଅପରେସନ୍ ଯୋଗେ ତିନୋଟି ବାହିନୀ ଏକସାଥି ଅଭ୍ୟାସ କରିବେ।

ଏହି ଅଭ୍ୟାସ ମାଧ୍ୟମରେ ଶତ୍ରୁ ଦେଶମାନଙ୍କୁ ବିଶେଷକରି ପାକିସ୍ତାନ ଓ ଚୀନ୍‌କୁ ଭାରତର ସାମରିକ ପ୍ରସ୍ତୁତି ଓ କ୍ଷମତାର ଦୃଢ଼ ସନ୍ଦେଶ ଯିବ ବୋଲି ବିଶେଷଜ୍ଞମାନଙ୍କ ମତ।ଏହି ଅଭିଯାନ ପାଇଁ ନୋଟାମ (Notice to Airmen) ଜାରି କରାଯାଇଛି, ଯାହା ଦ୍ୱାରା ଅଭ୍ୟାସ ସମୟରେ ବାୟୁସେନାର ବିଶେଷ କାର୍ଯ୍ୟାନୁଷ୍ଠାନ ସୁଚିତ କରାଯାଇଛି।

Leave a Reply

Your email address will not be published. Required fields are marked *