ନ୍ୟୁଜ ଡେସ୍କ: ଟଳିଯାଇଛି ବାତ୍ୟା । ହେଲେ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଏବେ ଦୁଃଖ ବଢାଉଛି । ତୁହାକୁ ତୁହା ବର୍ଷା ଏବେ ପ୍ରମୁଖ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି କରିଥିବା ବେଳେ ବିପଦ ସଙ୍କେତ ଟିପିଛି ବାଲେଶ୍ବର ଜିଲ୍ଲାର କାଂଶବାଂଶ ନଦୀ ।
ଫଳରେ ଜିଲ୍ଲାର ୫ ଗାଁ ପାଣି ଘେରରେ ରହିଛି । କାଂଶବାଂଶ ଭରା ନଦୀରେ ଭାସି ଯାଇଥିବା ଚାରି ଶ୍ରମିକଙ୍କୁ ଉଦ୍ଧlର କଲେ ଗ୍ରାମବାସୀ । ଗ୍ରାମବାସୀ ଗଭୀର ପାଣିରେ ଦୌଡ଼ି ବାନ୍ଧି ୪ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଶ୍ରମିକମାନେ ହେଲେ ବିହାର ମୁର୍ଶିଦାବlଦ ଅଞ୍ଚଳ ମୁକୁଲ ସେକ, ଅବତାଲ ସେକ, ଇସବ ସେକ ଓ ପୁରୁଲିଆ ଅଞ୍ଚଳର ରାକେଶ ବାଉରୀ।
ସୋର ବ୍ଲକ ସବିରା ପଞ୍ଚାୟତ ଧାନବରଖୁଣ୍ଟା ଗ୍ରାମରେ ବିହାର ମୁର୍ଶିଦାବlଦ ଅଞ୍ଚଳ ମୁକୁଲ ସେକ, ଅବତାଲ ସେକ ଇସବ ସେକ ଓ ପୁରୁଲିଆ ଅଞ୍ଚଳର ରାକେଶ ବାଉରୀ ଶ୍ରମିକ ରହି କାମ କରୁଥିଲେ। କଂlଶବଂlଶ ଭରା ନଦୀ ଜଳରେ ଫସି ରହିଥିଲେ l ଗ୍ରାମବାସୀ ଏହା ଜାଣିବା ପରେ ପାଣିରେ ଦୌଡ଼ି ବାନ୍ଧି ସେମାନଙ୍କୁ ଉଦ୍ଧାର କରିଥିଲେ।