Sun. Feb 22nd, 2026

ନ୍ୟୁଜ ଡେକ୍ସ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ। ତାଙ୍କଠାରୁ ୧୨ ହଜାର ଟଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।

ସୂଚନା ଅନୁସାରେ ଏକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ସୂଚନାନୁଯାୟୀ, ବେଗୁନିଆପଡା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଜଣେ ଅଙ୍ଗନବାଡି କର୍ମୀଙ୍କ ଏରିଅର ବିଲ୍ କରାଇ ଦେବାକୁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଙ୍ଗନବାଡି କର୍ମୀ ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ।

ଏହି ଲାଞ୍ଚ ଟଙ୍କା ନେବା ବେଳେ ଆଜି ଭିଜିଲାନ୍ସ ଟିମ୍ ବ୍ଲକ୍ ଅଫିସ୍ରେ ଚଢାଉ କରିଥିଲା। ତେବେ ସିଡିପିଓଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ବେଗୁନିଆପଡ଼ା ବ୍ଲକ୍ ପରିସରରେ ଭିଜିଲାନ୍ସ ତନାଘନା କରୁଛି। ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ୩ ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଉଛି। ଏସମ୍ପର୍କରେ ଏକ ମାମଲା ରୁଜୁ କରି ସିଡିପିଓଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *