Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭିଜିଲାନ୍ସ ଜାଲରେ ପୁଣି ଏକ ସରକାର ଯନ୍ତ୍ରୀ । ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଚଢ଼ାଉ ।

କୈଳାଶ ସାହୁଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ଚାଲିଛି ରେଡ୍ । କୈଳାସଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ଆଜି ସକାଳେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ କୈଳାସଙ୍କର ୩୬ଟି ପ୍ଲଟ୍‌ , ୩ଟି ଫ୍ଲାଟ୍ ଓ ଯାଜପୁରର କୋରେଇଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି।

ଭୁବନେଶ୍ୱର, ପୁରୀ, କଟକ, ଯାଜପୁର, କେନ୍ଦୁଝର ସମେତ ୧୦ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି। କୈଳାସ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ତାଙ୍କ ଘରେ ଚଢ଼ାଉ କରିଛି।

Leave a Reply

Your email address will not be published. Required fields are marked *