Thu. Oct 23rd, 2025

ନ୍ୟୁଜ ଡେକ୍ସ : ରାଜ୍ୟରେ ଏବେ କିଛିଦିନ ଧରି ଭିଜିଲାନ୍ସ ଧରପଗଡ ଜୋରଦାର ଚାଲିଛି । ଜଣକ ପରେ ଜଣେ ସରକାରୀ ବାବୁ ଭିଜିଲାନ୍ସ ସ୍କାନରକୁ ଆସୁଛନ୍ତି । ଏଥର ପାଳି ପଡିଛି ଯୋଗାଣ ଅଧିକାରୀଙ୍କ । ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଗଞ୍ଜାମ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା । ବୁଧବାର ତାଙ୍କ ଗାଡିରୁ ନଗଦ ୩ ଲକ୍ଷ ଜବତ ହୋଇଥିଲା ।

ବୁଧବାର ଦିନ ପୁଷା ତାଙ୍କ ଭଡ଼ା ଘରୁ ଅଫିସ ଗାଡ଼ିରେ ବ୍ରହ୍ମପୁର ଯାଉଥିବା ସମୟରେ ଛତ୍ରପୁର ବିଜ୍ଞାନ କଲେଜ ନିକଟରେ NH-୧୬ ରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଅଟକାଇଥିଲା। ଯାହାର ସେ ସନ୍ତୋଷଜନକ ଭାବରେ ହିସାବ ଦେଇପାରିନଥିଲେ। ପରେ ଗାଡ଼ି ସହିତ ୩ ଲକ୍ଷ ନଗଦ ଜବତ କରାଯାଇଥିଲା। ଏହା ପରେ ଛତ୍ରପୁରରେ ତାଙ୍କ ଭଡ଼ା ଘର ଏବଂ ଅଫିସ ଚାମ୍ବର ଏବଂ ଭବାନୀପାଟଣା ବାସଭବନରେ ଏକକାଳୀନ ତଲାସି କରାଯାଇଥିଲା। ଭିଜିଲାନ୍ସ ଟିମ୍ ଚଢାଉ ସମୟରେ ଭବାନୀପାଟଣା ସହରରେ ୫୦୦୦ ବର୍ଗଫୁଟରୁ ଅଧିକ କ୍ଷେତ୍ରଫଳ ବିଶିଷ୍ଟ ଏକ ତିନି ମହଲା କୋଠା ଏବଂ ଏକ ପ୍ଲଟ୍ ଠାବ କରିଥିଲେ। ଯାହା ୨୦୨୩ ମସିହାରେ କିଣା ଯାଇଥିଲା।

୧୯ ଏକର ଜମିରେ ୧୦ଟି ପ୍ଲଟ୍, ଏକ ଚାରି ଚକିଆ ଗାଡ଼ି, ଦୁଇଟି ଦୁଇ ଚକିଆ ଗାଡ଼ି ଏବଂ ଜଣେ ସ୍ଥାନୀୟ ଚାଉଳ ମିଲରଙ୍କ ନାମରେ ପଞ୍ଜିକୃତ ଅନ୍ୟ ଏକ ଦୁଇ ଚକିଆ ଗାଡ଼ି ଜବତ ହୋଇଛି।ତେବେ ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା 13(2) r/w 13(1)(b) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *